ଓଡିଶା

odisha

‘ଅପରାଧିକ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ସବୁ ଛକରେ ଲଗାଯିବ’

By

Published : Sep 25, 2020, 8:12 AM IST

ମହିଳା ଓ ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ସବୁ ଛକରେ ଲଗାଯିବ । ଯଦି କୌଣସି ମହିଳାଙ୍କ ସହ ଅପରାଧୀକ ଘଟଣା ଘଟେ ତେବେ ସଂପୃକ୍ତ ବିଟ୍ ଇନଚର୍ଜ, ଥାନା ଅଧିକାରୀ ଏବଂ ଆରଆଇ ଏହି ଘଟଣା ପାଇଁ ଦାୟୀ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

‘ଅପରାଧିକ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ସବୁ ଛକରେ ଲଗାଯିବ’
‘ଅପରାଧିକ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ସବୁ ଛକରେ ଲଗାଯିବ’

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ମହିଳା ଓ ନାବାଳିକା ଯୌନ ଶୋଷଣ ଓ ଦୁର୍ବ୍ୟବହାର ଘଟଣାରେ ସଂପୃକ୍ତ ଅଭିଯୁକ୍ତର ପୋଷ୍ଟର ସବୁ ଛକରେ ଲଗାଯିବ । ଏହାସହ ଅଭିଯୁକ୍ତଙ୍କୁ ସାହାର୍ଯ୍ୟ କରୁଥିବା ବ୍ୟକ୍ତଙ୍କ ନାମ ମଧ୍ୟ ପ୍ରକାଶ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ସହ ର୍ଦୁବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ଦୁର୍ବବ୍ୟବହାରକାରୀ ଏବଂ ଅପରାଧୀଙ୍କ ବିରୋଧରେ 'ଅପରେସନ ଦୁରାଚାରୀ' ଚାଲୁ ରହିବ । ମହିଳା ପୋଲିସକର୍ମୀଙ୍କ ଦ୍ବାରା ଦୁର୍ବ୍ୟବହାରକାରୀଙ୍କୁ ଦଣ୍ଡିତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ସେମାନଙ୍କ ପୋଷ୍ଟର ପ୍ରତି ଛକରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଦିତ୍ୟନାଥ ଯୋଗୀ । ଆହୁରିମଧ୍ୟ, ସେ ପୋଲିସ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯଦି କୌଣସି ମହିଳାଙ୍କ ସହ ଅପରାଧୀକ ଘଟଣା ଘଟେ ତେବେ ସଂପୃକ୍ତ ବିଟ୍ ଇନଚାର୍ଜ, ଥାନା ଅଧିକାରୀ ଏବଂ ଆରଆଇ ଏହି ଘଟଣା ପାଇଁ ଦାୟୀ ରହିବେ । ମହିଳାଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି । ଏଥିରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ।

ପୁରୁଷ ଓ ମହିଳାଙ୍କ ସହ ଅପରାଧ କରୁଥିବା ବ୍ୟକ୍ତିଙ୍କ ଅଣ୍ଟା ଭାଙ୍ଗି ଦେଇ ଆଣ୍ଟି ରୋମିଓ ଦଳ ଯେପରି ଏକ ଭଲ କାମ କରିଛନ୍ତି ସେହିପରି ପ୍ରତ୍ୟେକ ଜିଲ୍ଲାର ମହିଳା ପୋଲିସକର୍ମୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଏପରି ଲୋକଙ୍କୁ ସମାଜରେ ଜାଣିବା ପାଇଁ ଅଭିଯାନ ଜାରି ରଖିବା ଉଚିତ । ତେଣୁ ସେମାନଙ୍କ ପୋଷ୍ଟର ଛକମାନଙ୍କରେ ଲଗାଯିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି

ABOUT THE AUTHOR

...view details