ଓଡିଶା

odisha

ETV Bharat / bharat

ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ଲୋକ ଦେଶଦ୍ରୋହୀ ପ୍ରମାଣିତ: ବାବା ରାମଦେବ - ramdev

। ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ଲୋକ ବିଶ୍ବାସଘାତକ ବୋଲି ସେ କହିଛନ୍ତି । ଯେଉଁମାନେ ଏଭଳି ପ୍ରମାଣ ମାଗୁଛନ୍ତି ସେମାନଙ୍କୁ ଦେଶପ୍ରତି ବିଶ୍ବାସଘାତ ମାମଲାରେ ଥାନାରେ ଭର୍ତ୍ତି କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ

By

Published : Mar 6, 2019, 5:19 PM IST

ପାଟନା: 'ଅପରେସନ ବାଲାକୋଟ' ପରେ ରାଜନୈତିକ ବୟାନବାଜି ଥମିବାର ନାଁ ନେଉ ନାହିଁ । ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି ବିରୋଧୀ ସମେତ ଅନେକ ବିଜେପିର ଶତ୍ରୁଭାବାପନ୍ନ ଦଳ । ଗୋଟିଏ ପଟେ ଏୟାର ଷ୍ଟ୍ରାଇକକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟକୁ ହୀନ ବୟାନ ଆଖ୍ୟା ଦେଇଛି ବିଜେପି । ହେଲେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଯୋଗଗୁରୁ ବାବା ରାମଦେବ । ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ଲୋକ ବିଶ୍ବାସଘାତକ ବୋଲି ସେ କହିଛନ୍ତି । ଯେଉଁମାନେ ଏଭଳି ପ୍ରମାଣ ମାଗୁଛନ୍ତି ସେମାନଙ୍କୁ ଦେଶପ୍ରତି ବିଶ୍ବାସଘାତ ମାମଲାରେ ଥାନାରେ ଭର୍ତ୍ତି କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି ।

ମଙ୍ଗଳବାର ବିହାର ରାଜଧାନୀ ପାଟନାରେ ପତଞ୍ଜଳିର ଏକ ଷ୍ଟୋର ଉଦଘାଟନ ସମୟରେ ବାବା ଏୟାର ଷ୍ଟ୍ରାଇକୁ ନେଇ ଦେଶରେ ଚାଲିଥିବା ଟିପ୍ପଣୀ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି । ବାବା ରାମଦେବ ଏହି ମାମଲାରେ ଯେଉଁମାନେ ପ୍ରମାଣ ମାଗୁଛନ୍ତି ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଦେଶରେ ଏକ ବିଶ୍ବାସଘାତକ ଗ୍ୟାଙ୍ଗ କାମ କରୁଥିବା ସେ କହିଛନ୍ତି । ସେମାନଙ୍କୁ ଏହି ଭଳି ଦେଶଦ୍ରୋହ କାମ ପାଇଁ ମାମଲା ରୁଜୁ କରି ଥାନା ପଠାଇବା ବନ୍ଦୋବସ୍ତ କରିବା କଥା ସେ କହିଛନ୍ତି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଘୃଣ୍ୟ ତଥା ନିନ୍ଦନୀୟ ବୟାନ ଦେଇ ଶତ୍ରୁରାଷ୍ଟ୍ର ଭାରତକୁ ସମାଲୋଚନା କରିବା ପାଇଁ ସୁଯୋଗ ଦିଆଯାଉଥିବା କଥା ସେ କହିଛନ୍ତି । ଏଭଳି ଦଳ ଓ ନେତାଙ୍କୁ ଜନତା ସଠିକ ଜବାବ ଦେବେ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଯେଉଁ ସବୁ ସୂତ୍ରରୁ ଖବର ମିଳିଛି ସେ ଥିରେ ଏୟାର ଷ୍ଟ୍ରାଇକ ହୋଇଥିବା ସ୍ଥାନରେ ୨୮୦ରୁ ଅଧିକ ମୋବାଇଲ ସକ୍ରିୟ ଥିବା ରିପୋର୍ଟ ରହିଛି । ଜଣଙ୍କ ପାଖେ ଅତିବେଶୀରେ 2ରୁ 3ଟି ମୋବାଇଲ ରହିଥିବା ମାତ୍ର ଏତେ ସଂଖ୍ୟାରେ ମୋବାଇଲ ସେଠାରେ ଅନକେ ବ୍ୟବହାରକରୀ ରହୁଥିବା କଥା ସ୍ପଷ୍ଟ କରୁଛି । ଏଥିସହ ମୋବାଇଲଗୁଡିକ କଣ ଗଛ, ଜୀବଜନ୍ତୁମାନେ ବ୍ୟବହାର କରୁଥିଲେ ବୋଲି ବାବା ପ୍ରଶ୍ନ କରିଛନ୍ତି । ଏହାସହ ମାସୁଦଙ୍କୁ ଜୀବନ୍ତ ଧରି ଆଣିବା ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ଦେଶ ଏବେ ସୁରକ୍ଷିତ ରହିଛି ଓ ଆଗକୁ ରହିବ ବୋଲି ସେ କହିଛନ୍ତି ।

ଏହିଭଳି ଏକ ସମୟରେ ଦେଶବାସୀଙ୍କୁ ଏକତ୍ରିତ ହୋଇ ସେନା ସହ ଛିଡା ହେବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବାର ସମୟ । ବାକ୍‌ ସ୍ବାଧୀନତାର ଅପବ୍ୟବହାର ନକରିବା ପାଇଁ ସେ କହିଛନ୍ତି । ଏହି ଘଟଣାକୁ ରାଜନୀତିକରଣ ନକରିବା ପାଇଁ ବାବା ରାମଦେବ କହିଛନ୍ତି ।

For All Latest Updates

ABOUT THE AUTHOR

...view details