ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ୟେଲୋ ଆଲର୍ଟ ଜାରି - yellow alert in himachal pradesh

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ଭୁସ୍ଖଳନ କାରଣରୁ ଯାତାୟତ ଠପ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 15, 2019, 8:39 PM IST

ସିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ବିତ୍ପାତ ଜାରି ରହିଛି । ବିଗତ କିଛି ଦିନ ମଧ୍ୟ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।
ଗତ ବୁଧବାର ଓ ଗୁରୁବାର ଦିନ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ 235 ରାସ୍ତାରେ ଯିବା ଆସିବା ଏକ ପ୍ରକାର ବନ୍ଦ ରହିଥିବା ଜଣାପଡ଼ିଛି । ସେହିଭଳି ରାଜ୍ୟର ବିଭିନ୍ନ ମଣ୍ଡି ଜୋନରେ ପାଖାପାଖି ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାଯୀ ଏହି ବର୍ଷା ବିତ୍ପାତରେ ନିର୍ମାଣ ବିଭାଗର ପାଖାପାଖି 256 କୋଟି ଟଙ୍କାର କ୍ଷତି ହୋଇଛି । ହମିରପୁର ଅଞ୍ଚଳରେ ବିଭାଗର ସର୍ବାଧିକ 73କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ମଣ୍ଡି ଅଞ୍ଚଳରେ 50 କୋଟି, ସିମଲା ଅଞ୍ଚଳରେ 49 କୋଟି, କାଙ୍ଗଡ଼ା ଅଞ୍ଚଳରେ 48 କୋଟିର କ୍ଷତି ହୋଇଥିବା ସୂଚନା ମିଳିଛି ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ ଖେରୀ ଅଞ୍ଚଳରେ 124 ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ଗୋହରା ଅଞ୍ଚଳରେ 108 ମିଲିମିଟର, ରେଣୁକା ଅଞ୍ଚଳରେ 97 ମିଲିମିଟର, ନଗରୋଟାରେ 83 ମିଲିମିଟିର, ଭରାଡ଼ିରେ 75 ମିଲିମିଟର, ସଲୁଣି ଏବଂ ଭୋରଞ୍ଜରେ 68 ମିଲିମିଟର, ଗୋପିପୁରରେ 63, ପାଲମପୁରରେ 50, ଡେଲହାଉଜିରେ 49, ଅର୍କିରେ 47, ମନାଲୀରେ 46, ନାହନରେ 44 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ତେବେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ନିର୍ଦେଶକ ମନମୋହନ ସିଂ କହିଛନ୍ତି ଯେ ଆସନ୍ତା 16 ଓ 17 ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ଏହା ସହିତ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details