ଓଡିଶା

odisha

ETV Bharat / bharat

ବିପଦ ସଂକେତ ଉପରେ ଯମୁନା, ବଦଳିଲା ଟ୍ରେନର ଗତିପଥ - ଯମୂନା

ବିପଦ ସଂକେତ ଉପରେ ଯମୁନା ନଦୀ ପ୍ରବାହିତ ହେଉଛି । ପୁରୁଣା ଦିଲ୍ଲୀ ଓ ଶାହାଦରାକୁ ଯୋଗାଯୋଗ କରୁଥିବା ଲୁହା ପୋଲ ଉପରେ ପ୍ରଶାସନ ପକ୍ଷରୁ ଯାତାୟତ ବନ୍ଦ କରିଦିଆଯାଇଛି । ବହୁ ପୁରୁଣା ପୋଲ ହୋଇଥିବାରୁ କୌଣସି ପ୍ରକାର ଅଘଟଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଉଚ୍ଛୁଳା ଯମୂନା ନଦୀ

By

Published : Aug 21, 2019, 3:01 PM IST

ନୂଆଦିଲ୍ଲୀ: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସଡ଼କ ଓ ପରିବହନ ପକ୍ଷରୁ ପୁରୁଣା ଦିଲ୍ଲୀ ଓ ଶାହାଦରାକୁ ଯୋଗାଯୋଗ କରୁଥିବା ପୁରୁଣା ଲୁହା ପୋଲକୁ ଯାତାୟତକୁ ବନ୍ଦ କରିଦିଆଯାଇଛି ।

ଯମୂନା ନଦୀ ଉପରେ ଲୁହା ପୋଲ
ଉଚ୍ଛୁଳା ଯମୂନା ନଦୀ

ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ମଧ୍ୟ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଏହି ଲୁହା ପୋଲ ଦେଇ ଯିବାକୁ ଥିବା ଟ୍ରେନ ଗୁଡ଼ିକ ନୂଆଦିଲ୍ଲୀ ହୋଇ ଯିବ । ଏନେଇ ଉତ୍ତର ରେଳବାଇର ଲୋକସମ୍ପର୍କ ଅଧିକାରୀ ଦିପକ କୁମାର କହିଥିଲେ ଯମୂନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଲୁହା ପୋଲରେ ଯାତାୟତକୁ ବନ୍ଦ କରିଦିଆଯାଇଛି । ଏହି ପୋଲ ପୁରୁଣା ଦିଲ୍ଲୀ ଓ ଶାହାଦରାକୁ ଯୋଗାଯୋଗ କରିଥାଏ ।

ଲୁହା ପୋଲ

ତେବେ ଏହା ଉପରେ ଦେଇ ରେଳ ଯାତାୟତ ବନ୍ଦ ରହିଥିବା ଦିପକ କୁମାର ସୂଚନା ଦେଇଛନ୍ତି । ଏହା ସହିତ ଅନ୍ୟ ରେଳ କର୍ମଚାରୀ କହିଛନ୍ତି କି, ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଏହି ପୋଲକୁ ବନ୍ଦ କରିଦିଆଯାଇଛି । ମଙ୍ଗଳବାର ରାତି 9 ଟା ପରଠାରୁ ଏହା ବନ୍ଦ କରାଯାଇଛି । ଏହା ସହିତ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସେଠାରେ ଏନଡ଼ିଆରଏଫ ଟିମକୁ ନିୟୋଜିତ କରାଯାଇଛି ।

ଅଧିକ ପଢନ୍ତୁ: ବର୍ଷା ଜଳ ସଂରକ୍ଷଣ ଆଗରେ ଜସକଣ୍ଡି

ABOUT THE AUTHOR

...view details