ଓଡିଶା

odisha

ETV Bharat / bharat

କଂଗ୍ରେସକୁ 15 ମିନଟରୁ କମ୍‌ ସମୟ ଲାଗିଥାନ୍ତା ଚୀନକୁ ଉପାଡି ଫିଙ୍ଗିବାକୁ: ରାହୁଲ

ଦୀର୍ଘ 6 ମାସ ଧରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ବାରମ୍ବାର ବୈଠକ ପରେ ସମାଧାନର ବାଟ ଫିଟୁନାହିଁ । ଯାହାକୁ ନେଇ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସକୁ 15 ମିନଟରୁ କମ୍‌ ସମୟ ଲାଗିଥାନ୍ତା ଚୀନକୁ ଉପାଡି ଫିଙ୍ଗିବାକୁ
କଂଗ୍ରେସକୁ 15 ମିନଟରୁ କମ୍‌ ସମୟ ଲାଗିଥାନ୍ତା ଚୀନକୁ ଉପାଡି ଫିଙ୍ଗିବାକୁ

By

Published : Oct 7, 2020, 9:15 AM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ କରିଛନ୍ତି । କରୁକ୍ଷେତ୍ରରୁ ଋଣହୁଙ୍କାର କରି ରାହୁଲ କହିଛନ୍ତି ଯଦି ୟୁପିଏ ସରକାର ଥାନ୍ତା ତେବେ ଚୀନକୁ ଉପାଡି ଫୋଫାଡିବାକୁ ମାତ୍ର 15 ମିନିଟରୁ କମ ସମୟ ଲାଗିଥାନ୍ତା ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ହରିୟାଣାରେ ’କ୍ଷେତି ବଚାଓ ଯାତ୍ରା’ ଆନ୍ଦୋଳନ ସମୟରେ ଏକ ଅନାଜ ମଣ୍ଡିକୁ ସମ୍ବୋଧିତ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ ଆମ ଅଞ୍ଚଳକୁ କେହି ପ୍ରବେଶ କରିନାହାଁନ୍ତି କିନ୍ତୁ ଭାରତର 1200 ବର୍ଗ କିମି ସ୍ଥାନ ଅକ୍ତିଆର କରାଯାଇଛି । ଯେଉଁଠି ପିଏମ ନିଜକୁ ଦେଶଭକ୍ତ ବୋଲି କହୁଛନ୍ତି ସେଠି ଚୀନ ଜବରଦସ୍ତି ଆମ ଅଞ୍ଚଳକୁ ଅନୁପ୍ରବେଶ କରିବାରେ ଲାଗିଛି । ତେବେ ଏହା କେଉଁ ଦେଶଭକ୍ତି ବୋଲି ରାହୁଲ ମୋଦିଙ୍କୁ କଡା ସମାଲୋଚନା କରିଥିଲେ । ଏହି ସମୟରେ ଯଦି ୟୁପିଏ ସରକାରରେ ଥାନ୍ତା ଚୀନକୁ ଫୋଫାଡିବାକୁ ମାତ୍ର 15 ମିନିଟରୁ କମ ସମୟ ଲାଗିଥାନ୍ତା ।

ରାହୁଲ ଦୃଢକ୍ତି ପ୍ରକାଶ କରି କହିଥିଲେ ଆମେ ସରକାରରେ ଥିଲେ ଚୀନକୁ ଭାରତରେ ପ୍ରବେଶ କରିଦେଇନଥାନ୍ତୁ । କିନ୍ତୁ ଏଠି ନିଜକୁ ଦେଶଭକ୍ତର ପ୍ରମାଣ ଦେଉଥିବା ଲୋକେ ନିଜ ଅଞ୍ଚଳକୁ ସୁରକ୍ଷା ଦେଇପାରୁନାହାଁନ୍ତି ।

@ANI

ABOUT THE AUTHOR

...view details