ଓଡିଶା

odisha

ETV Bharat / bharat

ବିଶ୍ବର ସବୁଠାରୁ ପୁରୁଣା ଯୁଦ୍ଧପୋତ ରେକର୍ଡଧାରୀ ଆଇଏନଏସ ବିରାଟକୁ ଶେଷ ବିଦାୟ

ବିଶ୍ବରେ ଯଦି ସବୁଠାରୁ ପୁରୁଣା କୌଣସି ବିମାନ ବାହକ ଯୁଦ୍ଧ ପୋତ ଥାଏ, ତେବେ ସେ ହେଉଛି ଭାରତର ଗର୍ବ ଓ ଭାରତୀୟ ବୀରତ୍ବର ପ୍ରତୀକ ଆଇଏନଏସ ବିରାଟ । ଗତ 30 ବର୍ଷ ହେବ ସେବା ଯୋଗାଇ ଆସୁଛି ଏହି ଯୁଦ୍ଧ ପୋତ । 2017 ମସିହାରେ ଏହି ଯୁଦ୍ଧ ପୋତଟିକୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହାର କାର୍ଯ୍ୟକାରିତା ପାଇଁ ନୌସେନା ଏହାକୁ ଦେଇଥିଲା ‘ଗ୍ରାଣ୍ଡ ଓଲ୍ଡ ଲେଡି’ର ଆଖ୍ୟା ।

By

Published : Sep 19, 2020, 3:12 PM IST

ins viraat, warship, flight carrier warship, unknown fact, unknown fact on ins viraat, ଆଇଏନଏସ ବିରାଟ, ଯୁଦ୍ଧ ପୋତ, ବିମାନ ବାହକ ଯୁଦ୍ଧ ପୋତ, ଅଜଣା କଥା, ଆଇଏନଏସ ବିରାଟକୁ ନେଇ ଅଜଣା କଥା
ବିଶ୍ବର ସବୁଠାରୁ ପୁରୁଣା ଯୁଦ୍ଧପୋତ ରେକର୍ଡଧାରୀ ଆଇଏନଏସ ବିରାଟକୁ ଶେଷ ବିଦାୟ

ବିଶ୍ବରେ ଯଦି ସବୁଠାରୁ ପୁରୁଣା କୌଣସି ବିମାନ ବାହକ ଯୁଦ୍ଧପୋତ ଥାଏ, ତେବେ ସେ ହେଉଛି ଭାରତର ଗର୍ବ ଓ ଭାରତୀୟ ବୀରତ୍ବର ପ୍ରତୀକ ଆଇଏନଏସ ବିରାଟ । ଗତ 30 ବର୍ଷ ହେବ ସେବା ଯୋଗାଇ ଆସୁଛି ଏହି ଯୁଦ୍ଧ ପୋତ । 2017 ମସିହାରେ ଏହି ଯୁଦ୍ଧପୋତଟିକୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହାର କାର୍ଯ୍ୟକାରିତା ପାଇଁ ନୌସେନା ଏହାକୁ ଦେଇଥିଲା ‘ଗ୍ରାଣ୍ଡ ଓଲ୍ଡ ଲେଡି’ର ଆଖ୍ୟା । ନୌସେନାର ଶକ୍ତି ଭାବେ ବ୍ୟବହାର ହେଉଥିବା ଏହି ଯୁଦ୍ଧପୋତ ସମୂଦ୍ରପଥରେ ଶତ୍ରୁଙ୍କ ଉପରେ ନଜର ରଖିବାରେ ନିପୁଣ । ବର୍ତ୍ତମାନ ଏହା ନିଲାମ ହୋଇଥିବାବେଳେ ଏହାକୁ କିଣିଥିବା କମ୍ପାନୀ ଏହି ଜାହାଜରେ ବ୍ୟବହୃତ ଲୁହାକୁ ମୋଟର ବାଇକରେ ବ୍ୟବହାର କରିବା ନେଇ ସୂଚନା ଦେଇଛି ।

ନୌସେନା ପାଇଁ ବ୍ରିଟେନରୁ ଆମଦାନୀ ହୋଇଥିଲା ବିମାନ ବାହକ ଯୁଦ୍ଧପୋତ:

1944ରେ ନିର୍ମିତ ଏହି ଯୁଦ୍ଧପୋତକୁ 1986 ମସିହାରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା । ଏହା ପୂର୍ବରୁ ଏହି ବିମାନ ବାହକ ଯୁଦ୍ଧପୋତ ବ୍ରିଟେନରେ 27 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ରହିଥିଲା । 1959 ମସିହାରେ ଏହା ବ୍ରିଟେନର ରାଜକୀୟ ନେଭିରେ ସାମିଲ ହୋଇଥିଲା । ସେହି ସମୟରେ ଏହାର ନାମ ରହିଥିଲା ଏଚଏମଏସ ହରମିଜ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଜାହାଜ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବ୍ରିଟେନରେ କାର୍ଯ୍ୟରତ ସମୟରେ ଏହା ଫାକଲ୍ୟାଣ୍ଡ ଯୁଦ୍ଧରେ ବ୍ରିଟେନର ବିଶେଷ ସହାୟକ ହୋଇଥିଲା । ଏହି ଯୁଦ୍ଧ ସମୟରେ ଅନେକ ଜଟିଳ ପରିସ୍ଥିତି ସତ୍ତ୍ବେ ଏହା 100 ଦିନ ପର୍ଯ୍ୟନ୍ତ ସମୁଦ୍ରରେ ତିଷ୍ଠି ରହିଥିଲା ।

ଗୋଟିଏ ସହର ପରି ଥିଲା ଏହି ଯୁଦ୍ଧପୋତ:

226 ମିଟର ଲମ୍ବ ଓ 49 ମିଟର ଚଉଡା ବିଶିଷ୍ଟ ଏହି ଜାହାଜଟି ଭାରତୀୟ ନୌସେନାରେ ସାମିଲ ହେବା ପରେ ଅପରେସନ ଜୁପିଟରରେ 1989 ମସିହାରେ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଏହାକୁ ଶ୍ରୀଲଙ୍କା ପଠାଯାଇଥିଲା । ସେପଟେ 2001 ମସିହାରେ ସଂସଦ ଉପରେ ଆକ୍ରମଣ ସମୟରେ ଅପରେସନ ପରାକ୍ରମରେ ମଧ୍ୟ ଏହାକୁ ସାମିଲ କରାଯାଇଥିଲା ।

ତେବେ 30 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆଇଏନଏସ ବିରାଟ ପ୍ରାୟ 10 ଲକ୍ଷ କିଲୋମିଟରର ଦୂରତା ଅତିକ୍ରମ କରିଛି । ଯାହା ପୃଥିବୀ ଚାରିପଟେ 28ଥର ଚକ୍କର କାଟିବା ସହ ସମାନ । ଏହି ଜାହାଜ ନିଜ ଭିତରେ ହିଁ ଏକ ଛୋଟ ସହର ପରି । ଏଥିରେ ଏକ ପୁସ୍ତକାଳୟ, ଜିମ୍‌, ଏଟିଏମ, ଟିଭି ଓ ଭିଡିଓ ଷ୍ଟୁଡିଓ, ହସ୍ପିଟାଲ, ଦନ୍ତ ଚିକିତ୍ସା ସେଣ୍ଟର ଓ ମିଠା ପାଣି ବିଶୋଧନ କେନ୍ଦ୍ର ପରି ସୁବିଧା ଉପଲବ୍ଧ ରହିଛି । ଏହି ଜାହାଜର ଓଜନ 28 ହଜାର 700 ଟନ ରହିଥିବା ବେଳେ ଏଥିରେ 150 ଅଫିସର ଓ 1500 ନାବିକଙ୍କୁ ନିୟୋଜିତ କରାଯାଇପାରେ ।

ଅବସର ପୂର୍ବରୁ ଜାହାଜର ଟେଷ୍ଟିଂ ମନେ ପକାଇଲେ ଅବସରପ୍ରାପ୍ତ ଆଡମିରଲ ଅରୁଣ ପ୍ରକାଶ:

ଅଗଷ୍ଟ 1990ରୁ ଡିସେମ୍ବର 1991 ପର୍ଯ୍ୟନ୍ତ ଆଇଏନଏସ ବିରାଟର କମାଣ୍ଡିଂ ଅଫିସର ଥିଲେ ଅବସରପ୍ରାପ୍ତ ଆଡମିରଲ ଅରୁଣ ପ୍ରକାଶ । 1983ରେ ତାଙ୍କୁ ଏନେଇ ନିର୍ଦ୍ଦେଶ ଦେଇ ଲ୍ୟାଣ୍ଡିଂ ଓ ଟେକ-ଅଫ୍‌ର ଅଭ୍ୟାସ କରିବା ପାଇଁ କୁହାଯାଇଥିଲା ।

ନିର୍ଦ୍ଦେଶ ପାଇ ସେ ଇଂରାଜୀ ଚ୍ୟାନେଲ ପୋର୍ଟ୍ସମଥ ଯାଇ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଏଚଏମଏସ ହରମିଜ ଦେଖାଯାଇଥିଲା । ପ୍ରଥମ ଦେଖାରେ ହିଁ ଏହା ଅରୁଣଙ୍କୁ ପସନ୍ଦ ଆସି ଯାଇଥିଲା । ତେବେ ଏହାପୂର୍ବରୁ ସେ ଆଇଏନଏସ ବିକ୍ରାନ୍ତ ପରିଚାଳନା କରିସାରିଥିଲେ । କିନ୍ତୁ 18 ହଜାର ଟନର ଆଇଏନଏସ ବିକ୍ରାନ୍ତ ଆଇଏନଏସ ବିରାଟ ତୁଳନାରେ ଢେର ହାଲୁକା ଥିଲା ।

ତେବେ ପ୍ରଥମ ଦେଖାରେ ପସନ୍ଦ ଆସିବା ପରେ ଏଚଏମଏସ ହରମିଜରେ ଅରୁଣ ବିମାନ ଉଡାଣ ଭରିଥିଲେ । ଏକ ଘଣ୍ଟାର ଉଡାଣ ପରେ ସେ ଭର୍ଟିକାଲ ଲ୍ୟାଣ୍ଡିଂ କରିଥିଲେ । ଏହାପରେ ପୁଣି ଏହି ଯୁଦ୍ଧ ପୋତ ସହ ଅରୁଣଙ୍କର 1986 ମସିହାରେ ମୁମ୍ବାଇରେ ଦେଖା ହୋଇଥିଲା । ଯେଉଁଠାରେ ଏହା ଆଇଏନଏସ ବିରାଟ ଆକାରରେ ପରିଚୟ ହାସଲ କରିଥିଲା ।

ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ଥିଲା ଆଇଏନଏସ ବିରାଟ:

ନିଜ ସ୍ମୃତିର ଗଳିକୁ ଯାଇ ଆଡମିରଲ ଅରୁଣ କହିଥିଲେ କି ଯେତେବେଳେ ଆଇଏନଏସ ବିରାଟ ମୁମ୍ବାଇ ପହଞ୍ଚିଥିଲା, ସେତେବେଳେ ସମସ୍ତଙ୍କୁ ଯାଇ ଏହି ଯୁଦ୍ଧପୋତକୁ ସ୍ବାଗତ କରିବା ପାଇଁ କୁହାଯାଇଥିଲା । ସେ ଦିନ ମୌସୁମୀ ଜନିତ ପ୍ରବଳ ବର୍ଷାର କୋପ ଆଜି ବି ତାଙ୍କର ମନେ ଥିବା ସେ କହିଛନ୍ତି । ଜାହାଜଟି ସମୁଦ୍ର ପଥରେ ଯେତିକି ନିକଟତର ହେଉଥିଲା ଦୃଶ୍ୟ ସେତିକି ମନଲୋଭା ପାଲଟୁଥିଲା । ତେବେ 1990ରେ ତାଙ୍କୁ ବିରାଟର କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ମିଳିବା, ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ତଟରକ୍ଷା ବ୍ୟତୀତ ଏହି ଯୁଦ୍ଧ ପୋତ କ୍ରମାଗତ ତିନି ପୀଢିର ପାଇଲଟକୁ ପ୍ରଶିକ୍ଷଣ ମଧ୍ୟ ଯୋଗାଇଛି । କେବଳ ପାଇଲଟ ନୁହେଁ, ବରଂ ଇଞ୍ଜିନିୟର ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ମଧ୍ୟ ପ୍ରସ୍ତୁତ କରିଛି ଆଇଏନଏସ ବିରାଟ । ଏହି ଜାହାଜରେ ଉପଲବ୍ଧ ସୁବିଧା ପାଇଁ ଏଠାରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ ବେଶ ଖୁସି ଥିଲେ । ଏଠାରେ ଉଭୟ ରହିବା ଓ ଖାଇବା ସୁବିଧା ମଧ୍ୟ ବେଶ ପ୍ରଶଂସନୀୟ ରହିଥିଲା ।

ABOUT THE AUTHOR

...view details