ଓଡିଶା

odisha

ETV Bharat / bharat

ସଂକଟରେ ମିଥାଳୀ ପେଣ୍ଟିଂ, ସଂଘର୍ଷ କରୁଛନ୍ତି ଚିତ୍ରଶିଳ୍ପୀ

ବିହାରର ମିଥାଳୀ ତୈଳଚିତ୍ର ତଥା ମଧୁବାଣୀ ପେଣ୍ଟିଂ ଦିନେ ବିଶ୍ବବିଦିତ ଥିଲା । ହେଲେ ଆଜି ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଉଚ୍ଚକୋଟିର ଏହି କଳା ଏବେ ସଙ୍କଟରେ । ପେଟ ପୋଷିବାକୁ ସଂଘର୍ଷ କରୁଛନ୍ତି ଏହାକୁ ଭବିଷ୍ୟତ ରୂପେ ବାଛିଥିବା ଚିତ୍ରଶିଳ୍ପୀ ।

By

Published : Apr 30, 2019, 3:01 PM IST

ପ୍ରତିକାତ୍ମକ ଫଟୋ

ପାଟନା: ବିହାରର ମିଥାଳୀ ତୈଳଚିତ୍ର ତଥା ମଧୁବାଣୀ ପେଣ୍ଟିଂ ଦିନେ ବିଶ୍ବବିଦିତ ଥିଲା । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା ଏହି ପେଣ୍ଟିଂ । ହେଲେ ଆଜି ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଉଚ୍ଚକୋଟିର ଏହି କଳା ଏବେ ସଙ୍କଟରେ । ପେଟ ପୋଷିବାକୁ ସଂଘର୍ଷ କରୁଛନ୍ତି ଏହାକୁ ଭବିଷ୍ୟତ ରୂପେ ବାଛିଥିବା ଚିତ୍ରଶିଳ୍ପୀ ।

ବିହାର ଏକ ଛୋଟ ଗାଁ ଜିତଓ୍ବାରପୁର । ଜିତଓ୍ବାରପୁର ଗ୍ରାମର ପ୍ରାୟ ସବୁ ପରିବାର ଏହି ମିଥାଳୀ ପେଣ୍ଟିଂକୁ ନିଜର ବେଉସା କରିଥିଲେ । ଭଲ ରୋଜଗାର ମଧ୍ୟ ହେଉଥିଲା । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟ ଏହାକୁ ବେଶ ପସନ୍ଦ କରୁଥିଲେ । ଯେଉଁଥିପାଇଁ ପେଣ୍ଟିଂ ସହିତ ଜଡ଼ିତ ଥିବା ଅନେକ ଚିତ୍ରଶିଳ୍ପୀଙ୍କ ଜୀବନରେ ମଧ୍ୟ ବେଶ ସୁଧାର ଆସିଥିଲା । ଏପରି ସମୟ ଥିଲା ଯେ ପ୍ରତ୍ୟେକ ପରିବାରରୁ ଜଣେ କି ଦୁଇ ଜଣ ଏହି ବେଉସା ସହିତ ଜଡ଼ିତ ରହିଥିଲେ । ଏପରିକି ଏହି ଶିଳ୍ପ ସହିତ ଜଡ଼ିତ ଥିବା ଜଣେ ଦୁଇଜଣ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତେବେ ଏହି ସମୟ ବଦଳିବା ସହିତ ବେପାରରେ ଭଟ୍ଟା ପଡ଼ିଥିଲା ।

ଆଜିର ସମୟରେ ଘୋର ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି ଚିତ୍ରଶିଳ୍ପୀ । ଏହାକୁ ବଞ୍ଚାଇ ରଖିବା ପାଇଁ ଦୈନନ୍ଦିନ ଜୀବନରେ ସଂଘର୍ଷ ମଧ୍ୟ କରୁଛନ୍ତି ବହୁ ପରିବାର । ଗ୍ରାମର ଛାନ୍ନୋ ଦେବୀ ଏବଂ ତାଙ୍କର ସ୍ବାମୀ ରାଓ୍ବାଡି ପାଶ୍ବାନ ଏହି ପେଣ୍ଟିଂର ଆଦୃତି ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବେଶ ସଂଘର୍ଷ କରିଥିବାବେଳେ ଏହି କାର୍ଯ୍ୟକୁ ଏବେ ତାଙ୍କର ବୋହୂ ମହାନ୍ମା ଦେବୀ କରୁଛନ୍ତି ।

ଗ୍ରାମର ଜଣେ ଚିତ୍ରଶିଳ୍ପୀ ଆଶା ଦେବୀ କହିଛନ୍ତି ଏହି ପାରମ୍ପରିକ ଚିତ୍ରଶିଳ୍ପୀକୁ ବଞ୍ଚାଇ ରଖିବାକୁ ହେଲେ ବହୁତ ସଂଘର୍ଷ କରିବାକୁ ପଡ଼ୁଛି । ସମୟ ଥିଲା ଫ୍ରାନ୍ସ, ଜର୍ମାନ, ଜାପାନରୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି କି ଏହି ବ୍ୟବସାୟର ଚାହିଦା ବଢିବା ପରେ ଦଲାଲଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିଛି । ଦଲାଲମାନେ ଆମଠାରୁ ଅଳ୍ପ ଦରରେ କିଣି ଏହାକୁ ବାହାରେ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ଫଳରେ ଗ୍ରାହକମାନେ ଏହି ପେଣ୍ଟିଂରୁ ମୁଁହ ଫେରାଇ ନେଉଛନ୍ତି । ଏହି ପେଣ୍ଟିଂର ଚାହିଦାକୁ ଦେଖି ଏକ ଜାତୀୟସ୍ତରର ବାଣିଜ୍ୟ ମେଳାର ଆୟୋଜନ କରାଗଲେ ଆମେମାନେ ଉପକୃତ ହେବେ ବୋଲି ଆଶା ଦେବୀ ପ୍ରକାଶ କରିଛନ୍ତି ।

ତେବେ ଗ୍ରାମର ଚିତ୍ରଶିଳ୍ପୀଙ୍କ ପାଇଁ ମିଥିଳା ଫ୍ୟୁଡାଲ ସୋସାଇଟ ନାମକ ଏକ ସଂଗଠନ ଚିତ୍ରଶିଳ୍ପୀଙ୍କୁ ସହାୟତାର ହାତ ବଢାଇଛି ।

For All Latest Updates

ABOUT THE AUTHOR

...view details