ନୂଆଦିଲ୍ଲୀ: ବିଶ୍ବରେ ପ୍ରତିବର୍ଷ 8 ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଏଥିସହ ପ୍ରତି 40 ସେକେଣ୍ଡରେ ବିଶ୍ବରେ କେହି ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯାହାର ଏକ ରିପୋର୍ଟ ପ୍ରଦାନ କରିଛି ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍(ଡବ୍ଲୁଏଚଓ) ।
ତେବେ ଭାରତରେ ଆତ୍ମହତ୍ୟା ମାମଲାରେ ପ୍ରଥମ ମହାରାଷ୍ଟ୍ର ଥିବା ବେଳେ ତାମିଲନାଡୁ ଦ୍ବିତୀୟ ଏବଂ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଛି । ଡବ୍ଲୁଏଚଓ ଦ୍ବାରା ଜାରି କରାଯାଇଥିବା ବିଶ୍ବ ତଥ୍ୟ ଅନୁଯାୟୀ ଆତ୍ମହତ୍ୟା କରୁଥିବା ଲୋକ ମାନଙ୍କ ମଧ୍ୟରେ 15-29 ବର୍ଷ ବୟସର ଯୁବକ ଓ ଯୁବତୀ ସର୍ବାଧିକ ଅଛନ୍ତି ।