ଓଡିଶା

odisha

ETV Bharat / bharat

ବିଶ୍ବକପ: ପାକକୁ 41 ରନରେ ମାତ ଦେଲା ଅଷ୍ଟ୍ରେଲିଆ

41ରନରେ ପାକ ଉପରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ୱାର୍ନରଙ୍କ ଧୂଆଁଦାର ପାଳି ପରେ ଅଷ୍ଟ୍ରେଲିଆ ବୋଲରଙ୍କ କମାଲ କଙ୍ଗାରୁ ଦଳକୁ ଦେଇଛି ବଡ ବିଜୟ ।

By

Published : Jun 13, 2019, 2:50 AM IST

ଡିଜାଇନ ଫଟୋ

ଟାଉଣ୍ଟନ: ୱାର୍ନରଙ୍କ ଧୂଆଁଦାର ପାଳି ପରେ ଅଷ୍ଟ୍ରେଲିଆ ବୋଲରଙ୍କ କମାଲ କଙ୍ଗାରୁ ଦଳକୁ ଦେଇଛି ବଡ ବିଜୟ । 41ରନରେ ପାକ ଉପରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । 266 ରନରେ ଅଲଆଉଟ ହୋଇଯାଇଛି ପାକିସ୍ତାନ ଟିମ । ଅଷ୍ଟ୍ରେଲିଆ ପକ୍ଷରୁ ପେଟ କୁମିନ୍ସ ସର୍ବାଧିକ 3ଟି ୱିକେଟ ନେଇଥିଲେ । ମିଚେଲ ଷ୍ଟାର୍କ ଓ କେନ ରିଚାର୍ଡସନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।


ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ । ପ୍ରଥମେ ବ୍ୟାଟିଂ କରି ପାକ୍‌କୁ 308ରନର ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ନରଙ୍କ 107 ରନ ଓ ଅଧିନାୟକ ଫିଞ୍ଚଙ୍କ 82 ରନର ପାଳି ବଳରେ 49 ଓଭରରେ ଅଷ୍ଟ୍ରେଲିଆ 307 ରନ କରି ଅଲ ଆଉଟ ହୋଇଥିଲା । ପାକିସ୍ତାନ ପକ୍ଷରୁ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ମୋହମ୍ମଦ ଆମୀର ଓ ହାତେଇ ଥିଲେ 5ଟି ୱିକେଟ । 308 ରନକୁ ପିଛା କରି ବ୍ୟାଟିଂ କରୁଥିବା ପାକିସ୍ତାନକୁ 266 ରନରେ ଅଲ ଆଉଟ ହୋଇଥିଲା ।

ପାକିସ୍ତାନର ପ୍ରାରମ୍ଭିକ ୱିକେଟ ପଡିବା ପରେ ଅଧିନାୟକ ସରଫରାଜ ଅହମ୍ମଦ ଓ ମୋହମ୍ମଦ ହଫିଜ ପାକ ପାଳି ସମ୍ଭାଳିଥିଲେ । କିନ୍ତୁ ସରଫରାଜ ମଧ୍ୟ 40 ରନ କରି ମ୍ୟାକ୍ସୱେଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ । ସେପଟେ ହଫିଜ ଆଉଟ କରିଥିଲେ ମିଚେଲ ଷ୍ଟାର୍କ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details