ଓଡିଶା

odisha

ETV Bharat / bharat

ଶ୍ରମିକ ହେବେ ଆଶ୍ବସ୍ତ, ମାସକୁ ପାଇବେ 3 ହଜାର

ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ ଓ ଦିନମଜୁରିଆଙ୍କୁ ପ୍ରତି ମାସରେ 3 ହଜାର ଟଙ୍କାର ପେନସନ ମିଳିବା ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଘୋଷଣା ହୋଇଛି ।

By

Published : Jun 1, 2019, 3:15 PM IST

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି । ଏପରିକି ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ପଦବୀ ବଣ୍ଟନ କରାଯାଇଛି । ତେବେ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ମିଳିଛି ଶ୍ରମ ବିଭାଗ । ପଦବୀ ଗ୍ରହଣ କରୁକରୁ ଚଳିତବର୍ଷର ପ୍ରଥମ ନିଷ୍ପତ୍ତି ନେଇଛନ୍ତି ଶ୍ରମ ମନ୍ତ୍ରୀ । ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ ଓ ଦିନମଜୁରିଆ ମାନଙ୍କୁ ପ୍ରତି ମାସରେ 3 ହଜାର ଟଙ୍କାର ପେନସନ ମିଳିବା ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଘୋଷଣା କରାଯାଇଛି ।

ତେବେ ରିକ୍ସା ଚାଳକ, ରାସ୍ତା କଡରେ ବସି ବିକୁଥିବା ଦୋକାନୀ ଓ ଘର ଗୁଡିକରେ କାମ କରୁଥିବା ଦିନ ମଜୁରିଆ, ଅସଙ୍ଗଠିତ କ୍ଷେତ୍ରର କାରିଗରଙ୍କୁ 60 ବର୍ଷ ପରେ ମାସକୁ 3000 ଟଙ୍କାର ପେନସନ ମିଳିବ । ଏହି ଯୋଜନାନୂସାରେ ମାସକୁ 15 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା 18 ରୁ 40 ବର୍ଷର ଅସଙ୍ଗଠିତ କ୍ଷେତ୍ରର ମୁଲିଆ ମଜୁରିଆ ମାନେ ଏହି ଯୋଜନାରେ ଲାଭ ପାଇପାରିବେ ।

ଯୋଜନାନୂସାରେ, ମଜୁରିଆଙ୍କୁ ନିଜର ବୟସ ହିସାବରେ ପ୍ରତ୍ୟକ ମାସରେ ଏକ ନିଶ୍ଚିତ ରାଶିର ପ୍ରିମିୟମ ଦେବାକୁ ପଡିବ । ଯେତିକି ପ୍ରିମିୟମନ ହେବେ, ସରକାର ସେତିକି ଟଙ୍କାର ସବସିଡ ଦେବେ । ସବୁଠୁ ମାସିକ ନିମ୍ନତମ 55 ଟଙ୍କାରୁ ଆରମ୍ଭ ହୋଇ 200 ଟଙ୍କା ପର୍ଯ୍ୟନ୍ତ ପ୍ରଥମ ପ୍ରିମିୟମ ଜମା କରିବାକୁ ପଡିବ । ଏହାପରେ ଜମାକାରୀର ବ୍ୟାଙ୍କ ଖାତାରୁ ଅଟୋ ଡେବିଟ ହେବ । ଏଥିରେ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରିମିୟମ ରାଶି ଜମାକରାଯିବ ।

ଏହି ଯୋଜନାରେ 5 କୋଟି ଶ୍ରମିକଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ଡିସେମ୍ବର ସୁଦ୍ଧା 5 କୋଟି ଛୁଇଁବ ବୋଲି ଆଶାକରାଯାଉଛି । ତେବେ ସରକାର ଅନ୍ତରୀଣ ବେଜଟ 2019-20ର ଯୋଜନାନୂଯାୟୀ, ଆସନ୍ତା 5 ବର୍ଷ ଭିତରେ 10 କୋଟି ଶ୍ରମିକଙ୍କୁ ପଞ୍ଜିକୃତ କରିବାର ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details