ଓଡିଶା

odisha

ETV Bharat / bharat

ଅବିବାହିତ ମହିଳା ମାନେ ବେଶି ଖୁସି ରୁହନ୍ତି: ସର୍ଭେ - ମହିଳା

କିଛି ଲୋକଙ୍କ ମତରେ ବାହା ହୋଇଗଲେ ଖୁସି ମିଳିବ । ଆଉକିଛି ଲୋକ ଭାବନ୍ତି ସପିଂ କରିବା ଦ୍ବାରା ଖୁସି ମିଳିଥାଏ । କିନ୍ତୁ ଏସବୁ ଧାରଣା ଠାରୁ ମହିଳାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଊର୍ଦ୍ଧ୍ବରେ ।

ପ୍ରତିକାତ୍ମକ ଫଟୋ

By

Published : May 31, 2019, 7:59 AM IST

Updated : May 31, 2019, 8:33 AM IST

ନୂଆଦିଲ୍ଲୀ: ଜୀବନରେ ଖୁସିରେ ରହିବା ପାଇଁ ସମସ୍ତେ ଚାହିଁଥାନ୍ତି । ତେବେ ଆଜିର ଦୁନିଆରେ ଖୁବ୍ କମ ବ୍ୟକ୍ତି ବୋଧହୁଏ ଖୁସିରେ ଅଛନ୍ତି । କାରଣ ବ୍ୟସ୍ତ ବହୁଳ ଜୀବନ ଏବଂ କାର୍ଯ୍ୟଶୈଳୀ ପାଇଁ ମଣିଷଙ୍କ ଠାରୁ ଯେପରି ଖୁସି ଦୂରେଇ ଦୂରେଇ ଯାଉଛି । ଟଙ୍କା ପଛରେ ଗୋଡାଉଥିବା ମଣିଷ ଯେ ଜୀବନରେ କେତେ ଖୁସି ଅଛି ତାହା କାହାକୁ ଅଜ୍ଞାତ ନାହିଁ ।

ସେପଟେ ମଣିଷ ଦିନ ସାରା କାମ କରିଥାଏ । ଆଉ ଯେତବେଳେ ସେ ଘରକୁ ଫେରିଥାଏ ସେତବେଳେ ସେ ଦିନ ସାରା କଣ ହାସିଲ କଲା ମାନସ ମନ୍ଥନ କରିଥାଏ । ହେଲେ ତାକୁ ଅବଶୋଷ ବ୍ୟତୀତ ଆଉ କିଛି ମିଳେନି ।

ତେବେ କିଛି ଲୋକଙ୍କ ମତରେ ବାହା ହୋଇଗଲେ ଖୁସି ମିଳିବ । ଆଉକିଛି ଲୋକ ଭାବନ୍ତି ସପିଂ କରିବା ଦ୍ବାରା ଖୁସି ମିଳିଥାଏ । କିନ୍ତୁ ଏସବୁ ଧାରଣା ଠାରୁ ମହିଳାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଊର୍ଦ୍ଧ୍ବରେ । କାରଣ ପ୍ରତ୍ୟେକ ମଣିଷର ଖୁସି ରହିବାର କାରଣ ଅଲଗା ହୋଇଥାଏ । ଅଧିକାଂଶ ମହିଳା ଅବିବାହିତା ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି । ସ୍ବାମୀ ଓ ଛୁଆ ବିନା ସେମାନେ ବେସି ଖୁସି ରହିବେ ବୋଲି ଭାବିଥାନ୍ତି ।

ତେବେ ନିକଟରେ ଆମେରିକାର କିଛି ବିଶେଷଜ୍ଞ ଏହା ଉପରେ ସର୍ଭେ କରିଥିଲେ । ଯେଉଁଥିରେ ବିବାହିତା, ଅବିବାହିତା, ବିଧବା ଓ ଛାଡପତ୍ର ପାଇଥିବା ମହିଳାମାନେ ସାମିଲ ହୋଇଥିଲେ । ସେମାନଙ୍କ ଠାରୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ପଚାରି ବୁଝାଯାଇଥିଲା ଯେ, ସେମାନେ କେଉଁଥିରେ ଖୁସି ରହୁଛନ୍ତି । ତେବେ ସବୁଠାରୁ ମଜା ଘଟଣା ସାମ୍ନାକୁ ଆସିଲା ଯେ, ବିବାହିତା ମାନଙ୍କ ଅପେକ୍ଷା ବିବାହ କରିନଥିବା ମହିଳାମାନେ ଅତ୍ୟଧିକ ଖୁସି ରୁହନ୍ତି ବୋଲି ସମସ୍ତେ ଉତ୍ତର ଦେଇଥିଲେ ।

ଏହି ଘଟଣାରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଜଣେ ପ୍ରଫେସରଙ୍କ କହିବାନୁଯାୟୀ, ବାହାଘର ପରେ ପୁରୁଷ ମାନେ ବେଶି ଖୁସି ହୋଇଥାନ୍ତି ଆଉ ବାହାଘର ପୂର୍ବରୁ ମହିଳା ମାନେ ବେଶି ଖୁସି ଅନୁଭବ କରିଥାନ୍ତି । ବାହାଘର ପରେ ପୁରୁଷ ମାନେ ଶାନ୍ତ ସ୍ବଭାବ ହୋଇଯାଆନ୍ତି । କାରଣ ସେମାନଙ୍କ ଉପରେ ବେଶି ଦାୟିତ୍ବ ଆସିଯାଇଥାଏ । ଯେଉଁଥି ପାଇଁ ସେମାନେ ଦୀର୍ଘଜୀବୀ ହୋଇଥାଆନ୍ତି । ଆଉ ବାହାଘର ପରେ ମହିଳା ମାନଙ୍କ କ୍ଷେତ୍ରରେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ, ଆଉ ସେମାନଙ୍କୁ ଲାଗେ ଯେ, ବାହାଘର ପରେ ତାଙ୍କର ସ୍ବାଧୀନତା କ୍ଷୁର୍ଣ୍ଣ ହେଇଯାଉଛି । ସେଥିପାଇଁ ମହିଳାମାନେ ଅବିବାହିତା ଜୀବନ ବିତେଇବାକୁ ବେଶି ଭଲପାଇଥାନ୍ତି ।

Last Updated : May 31, 2019, 8:33 AM IST

ABOUT THE AUTHOR

...view details