ନୂଆଦିଲ୍ଲୀ: କୋରୋନା ଚିକିତ୍ସା ଦିଗରେ ଦେଶର ଅନେକ ରାଜ୍ୟରେ ପ୍ଲାଜମା ଥେରାପିକୁ କାର୍ଯ୍ୟକାରୀ କରାଯାଉଛି । ଦିଲ୍ଲୀରେ ଦେଶର ପ୍ରଥମ ପ୍ଲାଜମା ଥେରାପି ବ୍ୟାଙ୍କ ଉଦଘାଟନ ହୋଇଛି । କେଉଁ ମାନେ ପ୍ଲାଜମା ଦାନ କରିପାରିବେ ଓ କେଉଁମାନଙ୍କ ଠାରେ ପ୍ଲାଜନା ପ୍ରୟୋଗ କରାଯିବ ସେନେଇ ଏକ ଗାଇଡ ଲାଇନ ଜାରି ହୋଇଛି ।
ଏହି ଗାଇଡ ଲାଇନ ଅନୁସାରେ, ଯେଉଁ ବ୍ୟକ୍ତି କୋରୋନାରୁ ଆରୋଗ୍ୟ ଲାଭ କରିବାର 14 ପରେ କୌଣସି ଲକ୍ଷଣ ଦେଖାନଯାଏ, ସେମାନେ ପ୍ଲାଜମା ଦେଇପାରିବେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ 60-65 ବର୍ଷ ହୋଇନଥିବ । ମଧୁମେହ କିମ୍ବା ହାଇପରଟେସନ ଭଳି ରୋଗ ଯେଭଳି ସେମାନଙ୍କ ଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ । ଏପରିକି ଦୀର୍ଘଧରି କିଡନୀ, ହାର୍ଟ, ଲଙ୍ଗ୍ସ ଏବଂ ଲିଭରଜନିତ ରୋଗ ମଧ୍ୟ ନଥିବା ବୋଲି କୁହାଯାଇଛି ।
ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତତ୍ତ୍ବ ଭଲ ଥିବା ସହିତ ଓଜନ 50 କିଲୋଗ୍ରାମରୁ ଅଧିକ ହୋଇଥିବା ଆବଶ୍ୟକ । ସେହିଭଳି ହେମୋଗ୍ଲୋବିନ ସ୍ତର ମଧ୍ୟ 8 ରୁ ଅଧିକା ରହିଥିବା ଉଚିତ । ଯଦି କୌଣସି ମହିଳା ପ୍ଲାଜମା ଦେବାକୁ ଆଗ୍ରହୀ ତେବେ ସେମାନେ ଆଦୌ ଗର୍ଭବତୀ ହୋଇନଥିବା ଜରୁରୀ । ସେମାନଙ୍କ ଆଣ୍ଟିବଡି ସ୍ତର ମଧ୍ୟ ଉତ୍ତମ ରହିବା ନିହାତି ଆବଶ୍ୟକ । ଏହି ଥେରାପିର ଗୋଟିଏ ଭଲ ଦିଗ ହେଉଛି ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡିଥାଏ । 15 ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାନ କରିପାରିବେ ।