ନୂଆଦିଲ୍ଲୀ: ଦେଶରେ ହିଂସାର ଶିକାର ହେଉଥିବା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟ 728 ୱାନ ଷ୍ଟପ୍ ସେଣ୍ଟର(OSC) ଖୋଲିବା ପାଇଁ ମଞ୍ଜୁର ହୋଇଥିଲା ମାତ୍ର ବର୍ତ୍ତମାନ କେବଳ 595ଟି ସେଣ୍ଟର ପରିଚାଳିତ ହେଉଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ର ଆକଳନ ମୁତାବକ, 2018ରେ 595 ସେଣ୍ଟର ଜରିଆରେ 2.2 ଲକ୍ଷ ପୀଡିତାଙ୍କୁ ସହାୟତା କରାଯାଇ ପାରିଛି।
ଉତ୍ତରପ୍ରଦେଶରେ ମହିଳା ହିଂସାର ମାତ୍ରା ଅଧିକ:ଏନସିଆରବି - women violence in UP
ଦେଶର ମହିଳାଙ୍କ ଉପରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଏନସିଆରବି ପକ୍ଷରୁ ଗତବର୍ଷ ହୋଇଥିବା ମହିଳା ବିରୋଧି ହିଂସା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି । ଆଗକୁ ପଢନ୍ତୁ...
ଫାଇଲ ଫଟୋ
ସେମାନଙ୍କ ମଧ୍ୟରୁ 1.10 ଲକ୍ଷ କେବଳ ଉତ୍ତରପ୍ରଦେଶର ଅଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ହିଂସାରେ ଉତ୍ତର ପ୍ରଦେଶ ସର୍ବାଗ୍ରେ ରହିଛି। ସେହିପରି ଛତିଶଗଡ 16 ହଜାର ଏବଂ ମଧ୍ୟପ୍ରଦେଶର 13 ହଜାର ମହିଳାଙ୍କୁ ଏନେଇ ସହୟତା କରାଯାଇଛି।ଅଧିକାଂଶ ମହିଳା ଦୁଷ୍କର୍ମ, ଯୌନ ଉତ୍ପୀଡନ ଓ ଘରୋଇ ଭଳି ହିଂସାରେ ପୀଡିତ।