ଲକ୍ଷ୍ନୌ: ଆଗ୍ରା ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ । ସୂଚନା ଅନୁଯାୟୀ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏସି ବସରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଘଟଣା ପରେ ମହିଳା ଜଣକ ପୋଲିସକୁ ସୂଚନା ଦେଇଥିଲେ। ଏବଂ ପୋଲିସ ମାଣ୍ଟ ଟୋଲରୁ ବସକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।
ଚଳନ୍ତା ବସ୍ରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - Agra
ଆଗ୍ରା ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ । ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଏସି ବସରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ସୂଚନାନୁସାରେ, ପୋଲିସ ମାଣ୍ଟ ଟୋଲରୁ ବସକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ...
ମହିଳାଙ୍କ ସୂଚନାନୁସାରେ, ସେ ଦିଲ୍ଲୀର ରୋହିଣୀର ସେକ୍ଟର ୨୧ ବାସିନ୍ଦା । ମହିଳା ଜଣକ ବିବାହିତା ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଏସି ବସରେ ଚଢିଥିଲେ । କିନ୍ତୁ ଯମୁନା ଏକ୍ସପ୍ରେସ ଓ୍ବେରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ ମହିଳା ଜଣକ ମାଣ୍ଟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହା ପୂର୍ବରୁ ପୀଡ଼ିତା ବସରୁ ୧୦୦ ଫୋନ କରି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ୍ ତା କାର୍ଯ୍ୟ କରିଥିଲା ।
ପୋଲିସ ବସକୁ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ବସରେ ପାଖାପାଖି ୪୫ଜଣ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ୍ ଯୋଗେ ଦିଲ୍ଲୀ ପାଇଁ ଛଡ଼ା ଯାଇଥିଲା। ତେବେ ଅଭିଯୁକ୍ତ ରବି ମୋତିପୁରର ବାସିନ୍ଦା ବୋଲି ଜଣାପଡିଛି ।