ଓଡିଶା

odisha

ETV Bharat / bharat

2000 ଟଙ୍କାର ଲୋଭ: ମେଟ୍ରୋ ଟ୍ରାକକୁ ଡିଆଁ ମାରିଲେ ଯୁବତୀ

ମେଟ୍ରୋ ଟ୍ରେନ୍‌ ମାଡି ଆସୁଥିବା ଦେଖି ଚେତନା ଜୀବନ ବଞ୍ଚାଇବା ଲାଗି ଦୁଇ ଟ୍ରାକ ମଝିରେ ସ୍ଥିର ହୋଇ ଶୋଇ ପଡିଥିଲେ । ଏହାପରେ ତାଙ୍କ ଉପର ଦେଇ ଦୁଇଟି ବଗି ଅତିକ୍ରମ କରିଗଲା। ଲୋକଙ୍କ ଚିତ୍କାର ଶୁଣି ଡ୍ରାଇଭର ଟ୍ରେନ୍‌ ଅଟକାଇଥିଲେ । ଆଉ ଯୁବତୀ ଜଣକ ନିରାପଦରେ ବାହାରି ଆସିଥିଲେ ।

By

Published : Mar 13, 2019, 3:29 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଟଙ୍କା ସବୁ ବିନାଶର କାରଣ ବୋଲି ଲୋକକଥା ରହିଛି । ଆଉ ଏହା ସତ ବୋଲି ଗତକାଲି ପ୍ରମାଣିତ ହୋଇଛି । ଗୋଟିଏ 2000 ଟଙ୍କିଆ ନୋଟ ପାଇଁ ନିଜ ଜୀବନକୁ ବାଜିରେ ଲଗାଇଛନ୍ତି ଜଣେ ଯୁବତୀ । ଏପରି ଘଟଣା ଦ୍ୱାରକା ମୋର ମେଟ୍ରୋ ଷ୍ଟେସନରେ ଘଟିଛି ।

ରିପୋର୍ଟ ଅନୁସାରେ ଜଣେ ୨୬ ବର୍ଷୀୟ ଯୁବତୀ ଚେତନା ଶର୍ମା ମଙ୍ଗଳବାର ସକାଳ 10ଟା 30 ମିନିଟରେ ଷ୍ଟେସନରେ ଛିଡା ହୋଇଥିଲେ । ତେବେ ତାଙ୍କ ପର୍ସରୁ ଏକ 2000 ଟଙ୍କିଆ ନୋଟ ଖସିଯାଇ ମେଟ୍ରୋ ରେଲୱେ ଟ୍ରାକରେ ପଡିଯାଇଥିଲା । ଏହାକୁ ଆଣିବାକୁ ସେ ଟ୍ରାକ ଉପରକୁ ଡିଆଁ ମାରିଥିଲେ । ସେତେବେଳେ ସାମନାରୁ ଟ୍ରେନ ଆସୁଥିଲା । କିନ୍ତୁ ତାଙ୍କୁ ଟଙ୍କା ଲୋଭ ଏମିତି ଘାରିଥିଲା ଯେ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ମେଟ୍ରୋ ଟ୍ରେନ୍‌ ମାଡି ଆସୁଥିବା ଦେଖି ଚେତନା ଜୀବନ ବଞ୍ଚାଇବା ଲାଗି ଦୁଇ ଟ୍ରାକ ମଝିରେ ସ୍ଥିର ହୋଇ ଶୋଇ ପଡିଥିଲେ । ଏହାପରେ ତାଙ୍କ ଉପର ଦେଇ ଦୁଇଟି ବଗି ଅତିକ୍ରମ କରିଗଲା । ତେବେ ଲୋକଙ୍କ ଚିତ୍କାର ଶୁଣି ଡ୍ରାଇଭର ଟ୍ରେନ୍‌ ଅଟକାଇଥିଲେ । ଆଉ ଯୁବତୀ ଜଣକ ନିରାପଦରେ ବାହାରି ଆସିଥିଲେ ।

ଏହାପରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ) ତାଙ୍କୁ ଅଳ୍ପ ସମୟ ଲାଗି ଅଟକ ରଖିଥିଲେ । ସେ ଲିଖିତ କ୍ଷମାଯାଚନା କରିବା ପରେ ତାଙ୍କୁ ଛାଡି ଦିଆଯାଇଛି ।

ABOUT THE AUTHOR

...view details