ଲକ୍ଷ୍ନୌ : ଏକାସହ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା । ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌରେ । ପ୍ରତ୍ୟେକ ଶିଶୁର ଓଜନ ଦେଢ କିଲୋଗ୍ରାମ ଲେଖାଏଁ ରହିଛି । ଲକ୍ଷ୍ନୌର ଏକ ଘରୋଇ ଡାକ୍ତଖାନାରେ ଶିଶୁ ହୋଇଛନ୍ତି ଜନ୍ମ ।
ଏକାସାଙ୍ଗେ 4 ଶିଶୁଙ୍କୁ ଜନ୍ମଦେଲେ ମହିଳା
ଏକାସହ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା । ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ସୂଚନା । ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ମୋ କ୍ୟାରିୟରରେ ଏଭଳି ଘଟଣା ପ୍ରଥମ । ସାଧାରଣ ଭାବେ ଗର୍ଭବତୀ ଥିବା ମହିଳା ଏକାସହ 4 ଶିଶୁ ଜନ୍ମ ଦେବା ଆଶ୍ଚର୍ଯ୍ୟର ବିଷୟ ବୋଲି କହିଛନ୍ତି ଡାକ୍ତର ଆଶା ମିଶ୍ର । ଏହି 4 ଶିଶୁଙ୍କୁ ଜନ୍ମଦେଇଥିବା ମହିଳା ହେଲେ ରିହାନା । ଆଜି ସକାଳୁ ପ୍ରସବ ପୀଡା ଅସହ୍ୟ ହେବାରୁ ପରିବାର ଲୋକେ ଲକ୍ଷ୍ମୌସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ରିହାନା ସେଠାରେ ଏହି 4 ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏହି ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଛନ୍ତି । ହେଲେ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ହସ୍ପିଟାଲ ପକ୍ଷରୁ ତାଙ୍କୁ କିଛି ଦିନ ପରୀକ୍ଷା ପାଇଁ ରଖାଯାଇଛି ।