ଓଡିଶା

odisha

ETV Bharat / bharat

ଆସିଲାନି ଗାଡି, ଦନ୍ତ ଚିକିତ୍ସକଙ୍କ ଦ୍ବାରା ପ୍ରସବ କରାଇଲେ ମହିଳା - karnataka luckdown news

କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ଦନ୍ତ ଚିକିତ୍ସକ ତାଙ୍କର ପ୍ରସବ କରାଇଛନ୍ତି ।

woman delivered baby
ଦନ୍ତ ଚିକିତ୍ସକଙ୍କ ଦ୍ବାରା ପ୍ରସବ କରାଇଲେ ମହିଳା

By

Published : Apr 20, 2020, 11:05 AM IST

ବେଙ୍ଗାଲୁରୁ: ଲକଡାଉନ ଯୋଗୁଁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ଡାକ୍ତରଖାନାରେ ପହଞ୍ଚିବା ପାଇଁ ଏକ ଗାଡି ପାଇବା କଷ୍ଟକର ହୋଇପଡୁଛି । ଏହିଭଳି ଏକ ଘଟଣା କର୍ଣ୍ଣାଟକର ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ଦନ୍ତ ଚିକିତ୍ସକଙ୍କ ଦ୍ବାରା ତାଙ୍କର ପ୍ରସବ କରାଯାଇଛି ।

ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ଜଣେ ମହିଳା ସ୍ବାମୀଙ୍କ ସହ 7 କିଲୋମିଟର ଚାଲି ଚାଲି ଦନ୍ତ ଚିକିତ୍ସାଳୟରେ ପହଞ୍ଚିଥିଲେ । ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ଜନ୍ମ ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଥିଲା । ବର୍ତ୍ତମାନ ଉଭୟ ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି । ଏହି ଘଟଣା ପରେ ଦନ୍ତ ଚିକିତ୍ସକ ଡ. ରମ୍ୟାଙ୍କୁ ବହୁତ ପ୍ରଶଂସା କରାଯାଉଛି।

ABOUT THE AUTHOR

...view details