ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଘଟିଛି ଏକ ରୋଚକପୂର୍ଣ୍ଣ ଘଟଣା । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଚମ୍ବିତ । ଆମ୍ବଗଛ କାଟିଥିବାରୁ ଜଣେ ମହିଳା ହୋଇଛନ୍ତି ଗିରଫ । ହଁ ଆପଣ ଠିକ୍ ପଢିଲେ । ଆମ୍ବଗଛ କାଟିଥିବାରୁ ଜଣେ ମହିଳାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ ।
ଉତ୍ତର ପ୍ରଦେଶର ଦେଶନଗରରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ମହିଳା ଜଣଙ୍କ 18ଟି ଆମ୍ବଗଛ କାଟିଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ସହିତ ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ଗରିଫ କରିଛି ପୋଲିସ ।