ଓଡିଶା

odisha

ETV Bharat / bharat

କୋରୋନାକୁ ମାତ ଦେଲେ ବୃଦ୍ଧା ଦମ୍ପତି

ଅଲଜାଇମରରେ ରୋଗ ପୀଡିତ 87 ବର୍ଷୀୟ ମହିଳା ଓ ତାଙ୍କ 90 ବର୍ଷୀୟ ସ୍ବାମୀ କୋରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Jul 10, 2020, 2:48 PM IST

କୋରୋନାକୁ ମାତ ଦେଲେ ବୃଦ୍ଧା ଦମ୍ପତି
କୋରୋନାକୁ ମାତ ଦେଲେ ବୃଦ୍ଧା ଦମ୍ପତି

ନୂଆଦିଲ୍ଲୀ: ପୁଣି 2 ଜଣ ବୟସ୍କ ବ୍ୟକ୍ତି ଓ ମହିଳା କୋରୋନାକୁ ହରାଇବାରେ ସଫଳ ହୋଇଛନ୍ତି । କୋରୋନାକୁ ମାତ ଦେଇଥିବା ଏହି ଦୁଇ ଜଣ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ । ଦିଲ୍ଲୀର 87 ବର୍ଷୀୟ ମହିଳା ଓ ତାଙ୍କ 90 ବର୍ଷୀୟ ସ୍ବାମୀ ଅଲଜାଇମରରେ ରୋଗ ପୀଡିତ ଥିଲେ । ସାରା ବିଶ୍ବରେ କୋରୋନାରେ ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତି ସୁସ୍ଥ ହେବା ଡାକ୍ତର ପାଇଁ ନୂଆ ଆଶା ଆଣିଦେଇଛି ।

ମେ 25 ତାରିଖରେ ସ୍ବାସ୍ଥ୍ୟବସ୍ଥା ମହିଳାଙ୍କ ଖରାପ ହେବାରୁ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅସ୍ତ୍ରୋପଚାର ଆବଶ୍ୟକତା ପଡିଥିଲା । ଅସ୍ତ୍ରୋପଚାର ପୂର୍ବରୁ କୋଭିଡ-19 ଟେଷ୍ଟ କରାଯାଇଥିଲା । ଏହି ସମୟରେ ସେମାନେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲେ । ପରେ ସମ୍ପୂର୍ଣ୍ଣ ପରିବାରଙ୍କ କୋରୋନା ଟେଷ୍ଟ କରାଯିବ ସ୍ବାମୀ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ପ୍ରଥମେ ଏହି ଦମ୍ପତ୍ତିଙ୍କୁ ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକର ନିୟମିତ ଯାଞ୍ଚ କରାଯାଉଥିଲା । ଉପଯୁକ୍ତ ଚିକିତ୍ସା ପରେ ପ୍ରଥମ 10 ଦିନରେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳିଥିଲା । କୋରୋନା ମୁକ୍ତ ହେବା ପରେ ମହିଳାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଜୁନ 22 ରେ ତାଙ୍କୁ ହସ୍ପିଟାଲରୁ ଘରକୁ ଡିସଚାର୍ଜ ମିଳିଥିଲା ।

ABOUT THE AUTHOR

...view details