ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆଜିଠୁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ରେ ୱିଣ୍ଟର ସେମିଷ୍ଟାର 2020ର ପାଠପଢା ଆରମ୍ଭ ହୋଇଛି । ବିଶ୍ବବିଦ୍ୟାଳୟ କୁଳପତି ଓ ସ୍ପେଶାଲ ସେଣ୍ଟର୍ସର ଚେୟାରମ୍ୟାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ, ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀଙ୍କର ପ୍ରଦର୍ଶନ ଜାରି ରହିଛି ।
ଛାତ୍ର ଅସନ୍ତୋଷ ଭିତରେ ଜେଏନୟୁରେ ପାଠପଢା ଆରମ୍ଭ
ଅଶାନ୍ତ ପରିବେଶ ମଧ୍ୟରେ ଖୋଲିଲା JNU । ଆଜିଠୁ ବିଶ୍ବବିଦ୍ୟାଳୟର ଶୀତକାଳୀନ ସେମିଷ୍ଟାର ପାଠପଢା ଆରମ୍ଭ ହୋଇଛି । ସେପଟେ ଧାରଣାରୁ ହଟୁନାହାନ୍ତି ବିଦ୍ୟାର୍ଥୀ । ଅଧିକ ପଢନ୍ତୁ....
ଛାତ୍ର ଅସନ୍ତୋଷ ଭିତରେ ଜେଏନୟୁରେ ପାଠପଢା ଆରମ୍ଭ
ଆନ୍ଦୋଳନ ଯୋଗୁଁ ଜେଏନୟୁରେ ବନ୍ଦ ଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି । ଆଜିଠୁ ୱିଣ୍ଟର କ୍ଲାସ ଆରମ୍ଭ ହୋଇଛି । ଏହାସହ ସମସ୍ତ ଶିକ୍ଷକଙ୍କୁ ତାଙ୍କ ନିର୍ଦ୍ଧାରିତ ଟାଇମ ଟେବୁଲ ବିଶ୍ବବିଦ୍ୟାଳୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ୱିଣ୍ଟର ସେମିଷ୍ଟାର ପାଇଁ ହେଉଥିବା ରେଜିଷ୍ଟ୍ରେସନର ତାରିଖ 12 ଜାନୁଆରୀରୁ 15 ଜାନୁଆରୀ 2020 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏଠାରେ ସୂଚନା ଥାଉଯେ, ଆଜି ପୋଲିସ ମୁଖ୍ୟାଳୟରେ ଦିଲ୍ଲୀ ପୋଲିସ ବିରୋଧରେ ହେବାକୁ ଥିବା ପ୍ରଦର୍ଶନକୁ ଛାତ୍ରସଙ୍ଘ ଦ୍ବାରା ସ୍ଥଗିତ କରିଦିଆଯାଇଛି ।
Last Updated : Jan 13, 2020, 2:43 PM IST