ଓଡିଶା

odisha

ETV Bharat / bharat

ୱିଂଗ କମାଣ୍ଡର ଅଭିନନ୍ଦନଙ୍କ ବଦଳି, ମିଳିପାରେ 'ବୀର ଚକ୍ର'

ବଦଳି ହେଲେ ଭାରତୀୟ ବାୟୁସେନାର ୱିଂଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ବାୟୁସେନା ତାଙ୍କୁ ଶ୍ରୀନଗର ଏୟାରବେସରୁ ବଦଳି କରି ପଶ୍ଚିମକ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିୟୋଜିତ କରିଛି ।

By

Published : Apr 20, 2019, 9:03 PM IST

ଫାଇଲ ଫଟୋ

ଶ୍ରୀନଗର: ଭାରତୀୟ ବାୟୁସେନାର ୱିଂଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବଦଳି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ବାୟୁସେନା ତାଙ୍କୁ ଶ୍ରୀନଗର ଏୟାରବେସରୁ ବଦଳି କରି ପଶ୍ଚିମ କ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିୟୋଜିତ କରିଛି । ତାଙ୍କ ପଦସ୍ଥାପନା ଆଦେଶ ଜାରି କରାଯାଇଥିବାବେଳେ ସେ ଖୁବ ଶୀଘ୍ର ଶ୍ରୀନଗର ଛାଡିବେ ବୋଲି ସରକାରୀ ସୁତ୍ରରୁ ପ୍ରକାଶ ପାଇଛି । ସେପଟେ ଅଭିନନ୍ଦନଙ୍କୁ 'ବୀର ଚକ୍ର' ପ୍ରଦାନ କରିବାକୁ ସୁପାରିସ କରିଛି ଭାରତୀୟ ବାୟୁ ସେନା ।

ଶ୍ରୀନଗରରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କ ନୂଆ ନିଯୁକ୍ତିକୁ ନେଇ ଅନେକ ତଥ୍ୟ ଗୁପ୍ତ ରଖାଯାଇଛି। ତେବେ ତାଙ୍କୁ ଏକ ଫାଇଟର ବେସରେ ନିୟୋଜିତ କରାଯାଇଛି । ବାୟୁସେନା ଅଧିକାରୀଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ମାତ୍ରେ ସେ ପୁଣି ଥରେ ବିମାନ ଉଡ଼ାଇବେ ବୋଲି ଜାଣିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ 27 ଫେବୃଆରୀରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇବା ପରେ ଦୁର୍ଭାଗ୍ୟ ବଶତଃ ସେ ପାକିସ୍ତାନ ପହଞ୍ଚିଯାଇଥିଲେ । ପାକିସ୍ତାନ ବାୟୁସେନା ତାଙ୍କୁ ବନ୍ଦୀ କରିନେଇଥିଲେ । ତେବେ 2 ଦିନ ପରେ ସେ ଭାରତ ଫେରିବାରେ ସକ୍ଷମ ହୋଇଥିଲେ । ସେବେ ଠାରୁ ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ବିମାନ ଉଡ଼ାଇବାର ଅନୁମତି ଦିଆଯାଇନଥିଲା।

For All Latest Updates

ABOUT THE AUTHOR

...view details