ଓଡିଶା

odisha

ETV Bharat / bharat

'ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି' - revanna

ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡଙ୍କ ପୁଅ ଏଚ୍‌ଡି ରେବନ୍ନା ।

ଫାଇଲ ଫଟୋ

By

Published : Apr 12, 2019, 12:21 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡଙ୍କ ପୁଅ ଏଚ୍‌ଡି ରେବନ୍ନାଙ୍କ ବଡ ବୟାନ। ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। କର୍ଣ୍ଣାଟକ ସରକାରରେ ଲୋକ ନିର୍ମାଣ କାର୍ଯ୍ୟମନ୍ତ୍ରୀ ଥିବା ରେଭନ୍ନା ମୋଦିଙ୍କୁ ଟାର୍ଗେଟ କରି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି।

ମୋଦି ଦେଶକୁ ଧୋକା ଦେଇଛନ୍ତି। ମୋଦି ଦେଶ ଏବଂ ଚାଷୀ ପାଇଁ କିଛି କରିନଥିବା ଅଭିଯୋଗ କରିଛନ୍ତି ସେ । ଏହା ସହିତ ଦେଶ ପାଇଁ ମୋଦିଙ୍କ ଯୋଗଦାନ କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, 'ମୋ କଥାକୁ ଡାଏରୀରେ ଲେଖି ରଖନ୍ତୁ । କାରଣ ମୁଁ ଆପଣମାନଙ୍କ ପାଖକୁ ପୁଣି ଆସିବି । ଯଦି ମୋଦି ଶାସନ କ୍ଷମତାକୁ ପୁଣି ଫେରିବେ ତା ହେଲେ ମୁଁ ରାଜନୀତି ଛାଡିଦେବି ।'

ABOUT THE AUTHOR

...view details