ଓଡିଶା

odisha

କ୍ଷମତାକୁ ଆସିଲେ ବଢିବ ଅବସର ବୟସ ସୀମା: ତେଜସ୍ବୀ ଯାଦବ

By

Published : Nov 1, 2020, 2:28 PM IST

ମହାମେଣ୍ଟ ସରକାର କ୍ଷମତାକୁ ଆସିଲେ ଅବସର ବୟସକୁ ବୃଦ୍ଧି କରାଯିବ । ଯେଉଁଠି ନୀତିଶ କୁମାର 70 ବର୍ଷ ବୟସରେ ନିର୍ବାଚନ ଲଢିପାରୁଛନ୍ତି ସେଠାରେ 50 ବର୍ଷ ରଖାଯିବା ଆଦୌ ଉଚିତ ନୁହେଁ ବୋଲି ତେଜସ୍ବୀ କହିଛନ୍ତି। ଅଧିକ ପଢନ୍ତୁ...

କ୍ଷମତାକୁ ଆସିଲେ ବଢିବ ଅବସର ବୟସ ସୀମା
କ୍ଷମତାକୁ ଆସିଲେ ବଢିବ ଅବସର ବୟସ ସୀମା

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ଘୋମଘୋଟ ଚାଲିଛି ପ୍ରଚାର ପ୍ରସାର । କ୍ଷମତାକୁ ଆସିବାକୁ ଉଭୟ ବିଜେପି ଓ ମହାମେଣ୍ଟ ଜୋରଦାର ପ୍ରୟାସ କରୁଛନ୍ତି । ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଶେଷ ଦିନ ହୋଇଥିବାବେଳେ ମୋଦି ବିହାରରେ ରାଲି କରି ମହାମେଣ୍ଟକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେପଟେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଛନ୍ତି ।

ବିହାରରେ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଅବସର ସମୟ ସୀମା 50 ରହିଛି । ମହାମେଣ୍ଟ ସରକାର କ୍ଷମତାକୁ ଆସିଲେ ଅବସର ବୟସକୁ ବୃଦ୍ଧି କରାଯିବ । ଯେଉଁଠି ନୀତିଶ କୁମାର 70 ବର୍ଷ ବୟସରେ ନିର୍ବାଚନ ଲଢିପାରୁଛନ୍ତି ସେଠାରେ 50 ବର୍ଷ ରଖାଯିବା ଆଦୌ ଉଚିତ ନୁହେଁ ବୋଲି ତେଜସ୍ବୀ କହିଛନ୍ତି।

ଆହୁରି ସେ ପ୍ରଶ୍ନ କରି କହିଛନ୍ତି, ବିହାର ଛାତ୍ରଛାତ୍ରୀ 3 ବର୍ଷରେ ସ୍ନାତକ ଡିଗ୍ରୀ ହାସଲ କରିପାରୁନାହାଁନ୍ତି । ପାସ ହେବାକୁ ଏମାନଙ୍କୁ କାହିଁକି 4ରୁ 5 ବର୍ଷ ସମୟ ଲାଗୁଛି ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇସାରିଛି । ଅକ୍ଟୋବର 28 ତାରିଖରେ 16 ଜିଲ୍ଲା ପାଇଁ 71 ଟି ସିଟ ପାଇଁ ହୋଇଥିଲା ନିର୍ବାଚନ ।

ABOUT THE AUTHOR

...view details