ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

ନୂଆଦିଲ୍ଲୀସ୍ଥିତ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଉପଲବ୍ଧି ହୋଇଛି ଫ୍ରି ଓ୍ବାଇଫାଇ ସେବା । ଏହାର ଶୁଭାରମ୍ଭ କରିଛନ୍ତି ଡିଏମଆରସିଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଡା.ମଙ୍ଗୁ ସିଂ । ଅଧିକ ପଢନ୍ତୁ...

Wi-Fi facility
ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

By

Published : Jan 2, 2020, 2:59 PM IST

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ମେଟ୍ରୋରେ ଓ୍ବାଇଫାଇ ସୁବିଧା କରାଯାଇଛି । ଯାତ୍ରା ସମୟରେ ଏହାର ଭରପୁର ଫାଇଦା ଉଠାଇବେ ଲୋକେ । ପ୍ରଥମେ ଏହି ଓ୍ବାଇଫାଇ ବ୍ୟବସ୍ଥା ଦିଲ୍ଲୀର ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଉପଲବ୍ଧି ହୋଇଛି । ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି ଡିଏମଆରସିଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଡା.ମଙ୍ଗୁ ସିଂ । ଆଗାମୀ ଦିନ ଗୁଡିକରେ ଏହି ସୁବିଧା ଅନ୍ୟ ମେଟ୍ରୋ ଲାଇନରେ ଉପଲବ୍ଧ ହେବ ।

ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

ଡିଏମଆରସିଙ୍କ ଅନୁସାରେ, ଦିଲ୍ଲୀ ମେଟ୍ରୋ ଦ୍ବାରା ବର୍ତ୍ତମାନ ଅନେକ ଷ୍ଟେସନର ପ୍ଲାଟଫର୍ମରେ ଫ୍ରି ଓ୍ବାଇଫାଇ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି । କିନ୍ତୁ ପ୍ରଥମଥର ପାଇଁ ଚଳନ୍ତା ମେଟ୍ରୋରେ ଫ୍ରି ଓ୍ବାଇଫାଇର ମଜା ଉଠାଇବେ । ବିଦେଶରେ ଏହି ସୁବିଧା ସମସ୍ତ ମେଟ୍ରୋରେ ପୂର୍ବରୁ ଥିବାବେଳେ ଏହାକୁ ଏବେ ଦିଲ୍ଲୀରେ ପ୍ରଥମକରି ଆରମ୍ଭ କରାଯାଇଛି । ସର୍ବପ୍ରଥମେ ଏହି ସୁବିଧା ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଆରମ୍ଭ କରାଯାଇଛି । ଏହାପରେ ଧିରେଧିରେ ଅନ୍ୟ ମେଟ୍ରୋ ଟ୍ରେନରେ ଏହି ସୁବିଧା ଉପଲବ୍ଧ କରାଯିବ ।

ତେବେ ଶୁଭାରମ୍ଭ ଅବସରରେ ଏହାକୁ କିଭଳି ଭାବେ ଯାତ୍ରୀମାନେ ବ୍ୟବହାର କରିପାରିବେ ସେନେଇ ଦର୍ଶାଯାଇଥିଲା ।

ABOUT THE AUTHOR

...view details