ଓଡିଶା

odisha

ETV Bharat / bharat

ଦିନରେ ହୁଏ ପୋଷ୍ଟମର୍ଟମ,ଜାଣନ୍ତୁ କାରଣ - ritual

ପୋଷ୍ଟମର୍ଟମ କେବଳ ଦିନବେଳା ହିଁ କରାଯିବା କଥା ଆପଣ ନିଶ୍ଚୟ ଜାଣିଥିବେ । ହେଲେ ଆପଣଙ୍କ ମନରେ ଆସୁଥିବା ରାତିରେ କାହିଁକି ରାତିରେ ପୋଷ୍ଟମର୍ଟମ ହୁଏ ନାହିଁ । ତେବେ ପଛରେ ଲୁଚି ରହିଛି କିଛି ବୈଜ୍ଞାନିକ କାରଣ। ଆସନ୍ତୁ ଜାଣିବା କଣ ରହିଛି ଏହି କାରଣ ....

ଫାଇଲ ଫଟୋ

By

Published : Aug 27, 2019, 12:54 AM IST

ସାଧାରଣତଃ ମଣିଷ ମନରେ ଅନେକ ପ୍ରଶ୍ନ ଉଠିଥାଏ । ଯାହାର ଉତ୍ତର ମିଳିବା କଷ୍ଟକର ହୋଇଥାଏ । ଏହିପରି ଏକ ପ୍ରଶ୍ନ ହେଉଛି ମୃତଦେହର ପୋଷ୍ଟମର୍ଟମ ଦିନରେ କଣ ପାଇଁ ହୁଏ ? ତେବେ ଏହା ପଛରେ ଏକ ବୈଜ୍ଞାନିକ କାରଣ ଲୁଚିରହିଛି । ଯାହାର ଉତ୍ତର ସାଧାରଣ ଲୋକଙ୍କୁ ଜଣାନଥାଏ ।

ଏହାର ଉତ୍ତର ଜାଣିବା ପୂର୍ବରୁ ପ୍ରଥମେ ଏହା ଜାଣିବା ନିହାତି ଆବଶ୍ୟକ ଯେ ପ୍ରକୃତରେ ମଣିଷ ଶରୀରର ପୋଷ୍ଟମର୍ଟମ କ'ଣ ପାଇଁ ହୁଏ । ତେବେ ପୋଷ୍ଟମର୍ଟମ ଏକ ପ୍ରକାର ଅପରେସନ । ଯେଉଁଥିରେ ମୃତଦେହର ଶରୀରକୁ ସଂପୂର୍ଣ୍ଣ ପରୀକ୍ଷା କରାଯାଇଥାଏ । କାରଣ ବ୍ୟକ୍ତିର ମୃତ୍ୟୁ ପଛରେ ଥିବା କାରଣ ପୋଷ୍ଟମର୍ଟମ ଦ୍ବାରା ଜଣାପଡିଥାଏ ।

ମିଡିଆ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର 6-10 ଘଣ୍ଟା ମଧ୍ୟରେ ପୋଷ୍ଟମର୍ଟମ କରାଯାଏ । କାରଣ ଏହାଠାରୁ ଅଧିକ ସମୟ ପରେ ଶବରେ ପ୍ରାକୃତିକ ପରିବର୍ତ୍ତନ ହୋଇଥାଏ । ତେବେ ସକାଳୁ ସନ୍ଧ୍ୟା ମଧ୍ୟରେ ପୋଷ୍ଟମର୍ଟମ କରାଯାଇଥାଏ । ଏହାର ପଛରେ ଥିବା କାରଣ ହେଲା ରାତିରେ ଟ୍ୟୁବଲାଇଟ୍ କିମ୍ବା ଏଲଇଡିର କୃତ୍ରିମ ଲାଇଟରେ ମୃତଦେହର ଘା' କିମ୍ବା ଦାଗର ରଙ୍ଗ ଲାଲ ବଦଳରେ ବାଇଗଣୀ ରଙ୍ଗ ଦେଖାଦେଇଥାଏ । ତେବେ ଫରେନସିକ ସାଇନ୍ସରେ ବାଇଗଣୀ ରଙ୍ଗର କୌଣସି ଦାଗର ଉଲ୍ଲେଖ ନାହିଁ । ଏହାଛଡା ପୋଷ୍ଟମର୍ଟମ ରାତିରେ ନକରାଯିବାର ଏକ ଧାର୍ମିକ କାରଣ ରହିଛି । ତାହା ହେଉଛି ବହୁ ଧର୍ମରେ ରାତିରେ ଅନ୍ତିମ ସଂସ୍କାର କରାଯାଇ ନଥାଏ ।

ABOUT THE AUTHOR

...view details