ଓଡିଶା

odisha

ETV Bharat / bharat

116 ବର୍ଷରେ 48 ପ୍ରତିଶତ ବାତ୍ୟା ଓଡିଶାରେ, ଜାଣନ୍ତୁ.. କାହିଁକି ଏପରି ହୁଏ

ଗତ କିଛି ବର୍ଷ ଧରି ଲଗାତାର ଭାବେ ଓଡିଶାକୁ ମାଡି ବସିଛି ପ୍ରଳୟଙ୍କାରୀ ବାତ୍ୟା ।

By

Published : May 3, 2019, 7:15 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବାତ୍ୟା କହିଲେ ପ୍ରଥମେ ମନକୁ ଆସେ ‘ଓଡିଶା’। କାନକୁ ଶୁଭେ ଆଲର୍ଟ ସାଇରନ । ଗତ କିଛି ବର୍ଷ ଧରି ଲଗାତାର ଭାବେ ଓଡିଶାକୁ ମାଡିବସିଛି ପ୍ରଳୟଙ୍କାରୀ ବାତ୍ୟା । ସେ 1999 ମସିହାର ମହାବାତ୍ୟା ହେଉକି 2017ର ଫାଇଲିନ, ପ୍ରକୃତିର କରାଳ ତାଣ୍ଡବରେ ଅସ୍ତବ୍ୟସ୍ତ କଳା ଓ ସଂସ୍କୃତିର ସମ୍ରାଟ ‘ଓଡିଶା‘ । ଏକ ରିପୋର୍ଟ ମୁତାବକ, ପୂର୍ବ ଭାରତକୁ ଗ୍ରାସ କରିଥିବା ଏହି ପ୍ରଳୟ ଭିତରୁ କେବଳ 48 ପ୍ରତିଶତ ଓଡିଆ ମାଟିକୁ ସହିବାକୁ ପଡୁଛି ।

ଏସେସମେଣ୍ଟ ଅଫ ଭଲନରେବିଲିଟି ଟୁ ସାଇକ୍ଲୋନ ଆଣ୍ଡ ଫ୍ଲଡ୍ସ ରିପୋର୍ଟ ଅନୁଯାୟୀ, ମୋଟ ବିପର୍ଯ୍ୟୟ ଭିତରୁ 48 ପ୍ରତିଶତ ଓଡିଶା ଓ 22 ପ୍ରତିଶତ ଆନ୍ଧ୍ରପ୍ରଦେଶ ବାତ୍ୟାର ସାକ୍ଷୀ ରହିଛି । ଏହି 2 ପଡୋଶୀ ରାଜ୍ୟ ଉପରେ ବାତ୍ୟାର ପ୍ରଭାବ ସର୍ବାଧିକ ପଡିଥାଏ ।

ସେହିପରି 116 ବର୍ଷର ଷ୍ଟଡି ରିପୋର୍ଟ ଅନୁସାରେ ପୂର୍ବ ଭାରତରେ 803 ଚକ୍ରବାତୀ ତୋଫାନରେ 387 ଘଟଣା ଓଡିଶା ଓ 177 ଘଟଣା ଆନ୍ଧ୍ରପ୍ରଦେଶରେ ହୋଇଛି । ଯାହାକି ମୋଟ ପରିମାଣର ପ୍ରାୟ 70 ଭାଗ । ଏହା ବ୍ୟତୀତ ପଶ୍ଚିମବଙ୍ଗଓ ତାମିଲନାଡୁରେ ଯଥାକ୍ରମେ 18.5 ପ୍ରତିଶତ ଓ 11.5 ପ୍ରତିଶତ ବିପର୍ଯ୍ୟୟ ସ୍ଥିତି ଉପୁଜିଛି ।

ପୂର୍ବ ଭାରତକୁ କାହିଁକି ବାରମ୍ବାର ଆସେ ସାଇକ୍ଲୋନ-

ପୂର୍ବ ଭାରତରେ ବାତ୍ୟାର ପ୍ରଭାବ ଅଧିକ ରହୁଥିବା କାରଣ ହେଲା ଜଳବାୟୁ ଓ ପାଣି । ଗରମ ଓ ଥଣ୍ଡା ସମୁଦ୍ର ପାର୍ଥକ୍ୟ । ବଙ୍ଗୋପସାଗରରେ ଆରବ ସାଗର ତୁଳନାରେ ଅଧିକ ବାତ୍ୟା-ପବନ ଆସିଥାଏ । ବାୟୁର ଗତି ଏହା ପଛର କାରଣ । ପୂର୍ବରେ ଥିବା ବଙ୍ଗାଳ ଖାଡି ତୁଳନାରେ ପଶ୍ଚିମ ଉପକୂଳର ସମୁଦ୍ର ଅଧିକ ଥଣ୍ଡା ରହିଥାଏ । ଆଉ ଉଷ୍ମ ସମୁଦ୍ରରେ ଅଧିକ ତୋଫାନ ଏଥିଯୋଗୁଁ ଆସେ । ଇତିହାସରେ ସର୍ବାଧିକ 35 ଘାତର ଉଷ୍ମ କଟିବନ୍ଧୀୟ ଚକ୍ରବର୍ତ୍ତୀ ମଧ୍ୟରୁ 26ଟି କେବଳ ବଙ୍ଗାଳ ଖାଡିରେ ଦେଖାଦେଇଛି । ଯାହାର ପ୍ରଭାବ ବାଂଲାଦେଶରେ ଦେଖିବାକୁ ମିଳିଛି । ହେଲେ ଏହାର ଅଧିକ ପ୍ରକୋପ ଓଡିଶାରେ ପଡିଛି । ଓଡିଶା ଛଡା ଆନ୍ଧ୍ରପ୍ରଦେଶ ,ପଶ୍ଚିମବଙ୍ଗ ଓ ତାମିଲନାଡୁ ବି କ୍ଷତିଗ୍ରସ୍ତ ହୋଇଛି ।

For All Latest Updates

ABOUT THE AUTHOR

...view details