ଓଡିଶା

odisha

ETV Bharat / bharat

ମକର ସଂକ୍ରାନ୍ତି: ଜାଣନ୍ତୁ ପାଳନ ପଛର ଇତିହାସ - ଗୁଡି

ଜାନୁୟାରୀ 14 ଏବଂ 15 ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ । ତେବେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ? କଣ ରହିଛି ଏହାର ବିଶେଷତ୍ବ ? ଜାଣିବା ପାଇଁ ପଢନ୍ତୁ..

ମକର ସଂକ୍ରାନ୍ତି: ଜାଣନ୍ତୁ ପାଳନ ପଛର ଇତିହାସ
ମକର ସଂକ୍ରାନ୍ତି: ଜାଣନ୍ତୁ ପାଳନ ପଛର ଇତିହାସ

By

Published : Jan 15, 2020, 6:01 AM IST

ହାଇଦ୍ରାବାଦ: 15 ଜାନୁୟାରୀ ପାଳନ ହେଉଛି ଚଳିତ ବର୍ଷର ମକର ସଂକ୍ରାନ୍ତି । ଏହି ପର୍ବ ସମଗ୍ର ଭାରତବର୍ଷର ଉତ୍ତର ଭାରତ ଯେପରି ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତ, ଓଡିଶା, ଗୁଜୁରାଟ, ମହାରାଷ୍ଟ, ବିହାର, ବଙ୍ଗଳା ପାଳନ କରାଯାଏ । ମୁଖ୍ୟତଃ 14 ଏବଂ 15 ତାରିଖରେ ଏହାକୁ ପାଳନ କରାଯାଇଥାଏ । ତେବେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ? କଣ ରହିଛି ଏହାର ବିଶେଷତ୍ବ ? ଜାଣିବା ପାଇଁ ପଢନ୍ତୁ..

ମକର ସଂକ୍ରାନ୍ତି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧିବା ସହିତ ଗୁଡି ଉଡାଇଥାଆନ୍ତି । ଏତତ୍ ବ୍ୟତୀତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମକର ସଂକ୍ରାନ୍ତି ଉପଲକ୍ଷେ କୁମ୍ଭ ମେଳାର ଶୁଭାରମ୍ଭ ହୋଇଥାଏ । ଯେଉଁଠି ଲକ୍ଷ ଲକ୍ଷ ଲୋକେ ଗଙ୍ଗା ସ୍ନାନ କରିଥାଆନ୍ତି । ଏହାସହ ଥଣ୍ଡାର ପ୍ରକୋପରୁ ରକ୍ଷା ମିଳିଥାଏ । କାରଣ ଏହାପରେ ବସନ୍ତ ଋତୁର ଆଗମନ ହୋଇଥାଏ ।

ମକର ସଂକ୍ରାନ୍ତି ପଛର ଇତିହାସ

ଓଡିଆ ପ୍ରବାଦ ଅନୁଯାୟୀ ମକରଠାରୁ ଦିନ ବକର ହୁଏ । ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ।

ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହିଦିନ ପୂଜାର୍ଚ୍ଚନା କରନ୍ତି ।

ଅନେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରନ୍ତି ।

ଶୁଭ ମୁହୂର୍ତ୍ତ

ମକର ସଂକ୍ରାନ୍ତି: 15 ଜାନୁୟାରୀ 2020
ସଂକ୍ରାନ୍ତି କାଳ: 15 ଜାନୁୟାରୀ ସକାଳ 7.19 ଘଟିକା
ପୁଣ୍ୟକାଳ: ସକାଳ 7.19 ରୁ 9.31 ଘଟିକା
ମହାପୂଣ୍ୟକାଳ: ସକାଳ 7.19 ରୁ 9.3 ଘଟିକା
ସ୍ନାନ ସମୟ: ପ୍ରାତଃକାଳ

ପୂଜା ବିଧି

ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଏ । ମକର ସଂକ୍ରାନ୍ତି ବେଳକୁ ଓଡିଶାରେ ନୂଆ ଫସଲ ଅମଳ ହୋଇଥାଏ। ତେଣୁ ଏହିଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶାଇ ଗୋଟିଏ ମିଠା ଭୋଗ ପ୍ରସ୍ତୁତ କରାଯାଇଥାଏ । ଏହି ଭୋଗକୁ ଗୃହଦେବତା ଓ ଧାନଖଳାରେ ଭୋଗ ଲଗାଯାଏ। ଏହାକୁ ‘ମକର ଚାଉଳ’ କୁହାଯାଏ । ଏହାକୁ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ।

ଏହି ଦିନର ଆଉ ଏକ ବିଶେଷ ମହତ୍ତ୍ବ ରହିଛି । ଲୋକେ ନୂଆ ପୋଷାକ ପରିଧାନ କରି ଗୁଡି ଉଡାଇ ଥାଆନ୍ତି । ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ ।

ସୂର୍ଯ୍ୟଙ୍କ ପାଇଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଏହାଦ୍ବାର ସେମାନଙ୍କର ସାରାବର୍ଷ ଫସଲ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

...view details