ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାରରେ ବ୍ୟସ୍ତ ଅଛନ୍ତି ରାଜନେତା। ଏହି ପ୍ରଚାରରେ ବେଳେ ବେଳେ ନିଜ ମର୍ଯ୍ୟାଦାକୁ ଲାଙ୍ଘୁଛନ୍ତି ନେତାଏ। ଏହି କ୍ରମରେ ସାମିଲ ଅଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଯୋଗୀ। ବିଗତ ଦିନରେ ଏକ ନିର୍ବାଚନୀ ସଭାରେ ଭାରତୀୟ ସେନାକୁ 'ମୋଦିଙ୍କ ସେନା' ବୋଲି କହିଥିଲେ ଯୋଗୀ। ଯାହାର କଡା ବିରୋଧ କରିଛନ୍ତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳର କେନ୍ଦ୍ରମନ୍ତ୍ରୀ ଭିକେ ସିଂ।
ଯୋଗୀଙ୍କୁ ବୁଲେଇ ବଙ୍କେଇ ଦେଶଦ୍ରୋହୀ କହିଲେ ଭିକେ ସିଂ - UP
ଭାରତୀୟ ସେନାକୁ କେହି ମଧ୍ୟ ମୋଦିଜୀଙ୍କ ସେନା କହିବା ଉଚିତ ନୁହଁ।ଏହା କହିବାର ଅର୍ଥ ଆପଣ ହେଉଛନ୍ତି ଦେଶଦ୍ରୋହୀ ବୋଲି ଭିକେ ସିଂ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଭାରତୀୟ ସେନା କୌଣସି ରାଜନୈତିକ ଦଳର ହୋଇ ନଥାଏ।
ଫାଇଲ ଫଟୋ
ଭାରତୀୟ ସେନାକୁ କେହି ମଧ୍ୟ ମୋଦିଜୀଙ୍କ ସେନା କହିବା ଉଚିତ ନୁହଁ।ଏହା କହିବାର ଅର୍ଥ ଆପଣ ହେଉଛନ୍ତି ଦେଶଦ୍ରୋହୀ ବୋଲି ଭିକେ ସିଂ କହିଛନ୍ତି। ଏହାସହ ସେ କହିଛନ୍ତି ଯେ ଭାରତୀୟ ସେନା କୌଣସି ରାଜନୈତିକ ଦଳର ହୋଇ ନଥାଏ। ଭାରତର ସେନା ହେଉଛି ଦୃଢ ଓ ନିର୍ଭୀକ।
ଭିକେ ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଯିଏ ଭାରତୀୟ ସେନାକୁ ମୋଦି ସେନା କହିବେ ସେ ହେଉଛନ୍ତି ଦେଶଦ୍ରୋହୀ। ଏହା କହି ଥିବାରୁ ଜେନେରାଲ ସାହେବଙ୍କୁ ଧନ୍ୟବାଦ ଜଣାଉଛି।