ହାଇଦ୍ରାବାଦ: ସ୍ନାୟୁଜନିତ ରୋଗ ଅପସ୍ମାର, ଯାହାକି ଇଂରାଜୀରେ ଏପିଲେପ୍ସି ନାମରେ ପରିଚିତ । ଆଶ୍ଚର୍ଯ୍ୟର ବିଷୟ ଯେ, ନିମ୍ନ ଆୟଯୁକ୍ତ ଦେଶ ମାନଙ୍କରେ ଚାରି ଭାଗରୁ ତିନି ଭାଗ ଅପସ୍ମାର ରୋଗରେ ଆକ୍ରାନ୍ତ ସତ୍ତ୍ବେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ଥାଆନ୍ତି । ଏପରି କିଛି ସନ୍ଧାନମୂଲକ ତଥ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରକାଶିତ Epilepsy, a public health imperativeରେ ପ୍ରକାଶ ପାଇଛି । ଆଉ ସର୍ବମୋଟ ଜନସଂଖ୍ୟାର ତିନି ଗୁଣ ଅଧିକ ରୋଗୀ ଅପସ୍ମାର ଯୋଗୁଁ ଅକାଳରେ ଟଳି ପଡିବା ନେଇ କହୁଛି ରିପୋର୍ଟ ।
ପ୍ରାୟ ୭୦% ମାମଲାରେ ଔଷଧଦ୍ୱାରା ଅପସ୍ମାର ନିୟନ୍ତ୍ରଣ କରିହୁଏ । ଏଥିପାଇଁ ପ୍ରାଥମିକ ଚିକିତ୍ସାଳୟରେ ଶସ୍ତାରେ ଔଷଧ ମଧ୍ୟ ଉପଲବ୍ଧ ରହିଛି । ଶିଶୁ ଓ ବୟସ୍କଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ । 23 ପ୍ରତିଶତ ଯୁବପିଢି ସାରାଜୀବନ ଚିନ୍ତାରେ ରହୁଥିବାବେଳେ 20 ପ୍ରତିଶତ ଯୁବପିଢି ଅବସାଦ ସହ ବଞ୍ଚିଥାନ୍ତି ।