ଓଡିଶା

odisha

ETV Bharat / bharat

ଭାରତ-ଚୀନ ସୀମା ବିବାଦରେ ଟ୍ରମ୍ପଙ୍କ ମଧ୍ୟସ୍ଥତାର ଯୋଜନା ନାହିଁ: ହ୍ବାଇଟ ହାଉସ

ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ଆମେରିକାର ମଧ୍ୟସ୍ଥତା କରିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ହ୍ବାଇଟ ହାଉସ ପକ୍ଷରୁ ଏପରି କୌଣସି ଔପଚାରିକ ଯୋଜନା ନଥିବା କୁହାଯାଇଛି ।

ହ୍ବାଇଟ ହାଉସ
ହ୍ବାଇଟ ହାଉସ

By

Published : Jun 18, 2020, 5:45 PM IST

ୱାଶିଂଟନ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ଆମେରିକାର ମଧ୍ୟସ୍ଥତା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ହ୍ବାଇଟ ହାଉସ ପକ୍ଷରୁ ଏପରି କୌଣସି ଔପଚାରିକ ଯୋଜନା ନଥିବା କୁହାଯାଇଛି । ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ କେୟଲେଗ ମୈକଏନୀ ଏହା କହିଛନ୍ତି ।

ପ୍ରକାଶଥାଉକି, ଏହା ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ନଜର ରଖିଥିବା ସୂଚନା ଦେଇଥିଲେ । ସେ କହିଥିଲେ, ଭାରତର 20 ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଏହା ସହିତ ସେ ଭାରତ-ଚୀନ ତିକ୍ତତା କମ୍ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ 2 ଜୁନ 2020ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନ ଯୋଗେ ବାର୍ତ୍ତାଳାପ ହୋଇଥିଲା । ଦୁଇ ନେତା ସୀମା ଉପରେ ଆଲୋଚନା କରିଥିଲେ ।

ପ୍ରକାଶଥାଉକି, ପୂର୍ବ ଲଦାଖର ଗଲୱାନ୍ ଘାଟିରେ ସୋମବାର ରାତିରେ ଚୀନ ସୈନ୍ୟ ସହିତ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ 20 ଯବାନ ଶହୀଦ ହୋଇଛନ୍ତି ।

ABOUT THE AUTHOR

...view details