ଓଡିଶା

odisha

ETV Bharat / bharat

'ଆମେ ଶୋଇଲେ କୋରୋନା ଭାଇରସ ମଧ୍ୟ ଶୋଇପଡେ'

ପାକିସ୍ତାନର ଜଣେ ମୌଲବୀ କୋରୋନା ସଙ୍କଟ ଦୂର କରିବାର ଏକ ଉପାୟ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମୌଲବୀ ଜଣକ କୋରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଅଧିକରୁ ଅଧିକ ସମୟ ଶୋଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଆମେ ଶୋଇଲେ କୋରୋନା ଭାଇରସ ମଧ୍ୟ ଶୋଇପଡେ
ଆମେ ଶୋଇଲେ କୋରୋନା ଭାଇରସ ମଧ୍ୟ ଶୋଇପଡେ

By

Published : Jun 14, 2020, 12:46 PM IST

ହାଇଦ୍ରାବାଦ : ପୁରା ବିଶ୍ବ ଏବେ ମାରାତ୍ମକ କୋରୋନା ଭାଇରସ ସହ ଲଢୁଛି । ଏହି କୋରୋନା ସଙ୍କଟକୁ କିପରି ଦୂର କରାଯାଇପାରିବ ସେନେଇ ବିଶେଷଜ୍ଞଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ନିଜ ନିଜ ମତ ପ୍ରକାଶ କରୁଛନ୍ତି । ତେବେ ନିକଟରେ ପାକିସ୍ତାନର ଜଣେ ମୌଲବୀ କୋରୋନା ସଙ୍କଟ ଦୂର କରିବାର ଏକ ଉପାୟ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ମୌଲବୀ ଜଣକ କୋରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଅଧିକରୁ ଅଧିକ ସମୟ ଶୋଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ତେବେ ଏହି ଭିଡିଓଟିକୁ ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ମୌଲବି ଜଣକ ଭିଡିଓରେ କହୁଛନ୍ତି, 'ଡାକ୍ତର ସର୍ବଦା ଆମକୁ ଅଧିକ ସମୟ ଶୋଇବା ପାଇଁ ପରାମର୍ଶ ଦିଅନ୍ତି । ଆମେ ଯେତେ ସମୟ ଶୋଇଥାଉ ଭାଇରସ ମଧ୍ୟ ସେତେ ସମୟ ଶୋଇଥାଏ । ଏହାଦ୍ବାରା ଆମକୁ କୌଣସି ପ୍ରକାର କ୍ଷତି ପହଞ୍ଚିନଥାଏ । ସେହିପରି ଯେତେବେଳେ ଆମର ମୃତ୍ୟୁ ହୋଇଯିବ ଭାଇରସ ମଧ୍ୟ ମରିଯିବ । '

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଟ୍ବିଟର ୟୁଜର୍ସର ଏହାକୁ ଖୁବ ଟ୍ରୋଲ କରୁଛନ୍ତି । ଜଣେ ଭାରତୀୟ ଟ୍ବିଟର ୟୁଜର୍ସ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଆମେ ଏହି ବିଜ୍ଞାନକୁ ପ୍ରଥମେ କାହିଁକି ବୁଝିପାରିଲୁ ନାହିଁ !

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ କୋରୋନା ସଂକ୍ରମଣର ମାମଲା ଶନିବାର 1,35,702 ରେ ପହଞ୍ଚିଛି । ସେଥିମଧ୍ୟରୁ ସିନ୍ଧ ପ୍ରାନ୍ତରେ 51,518ଟି ମାମଲା ରହିଥିବା ବେଳେ ପଞ୍ଜାବ ପ୍ରାନ୍ତରେ 50,087, ଖୈବର ପଖ୍ତୁନଖ୍ବାରେ 17,450, ବାଲୁଚିସ୍ତାନରେ 7,866, ଇସଲାମାବାଦରେ 7,163, ଗିଲଗିତ ବାଲ୍ଟିସ୍ତାନରେ 1044 ଏବଂ ପିଓକେ 574 ଟି ମାମଲା ରହିଛି ।

ABOUT THE AUTHOR

...view details