ଓଡିଶା

odisha

ବଦଳିଲା ହୁସେନ ସାଗରର ନାମ !

ବଦଳିଲା ହୁସେନ ସାଗରର ନାଁ । ହୁସେନ ସାଗର ବଦଳରେ ଜୟ ଶ୍ରୀ ରାମ ସାଗର ହୋଇଛି । ତେବେ ଏହା ବାସ୍ତବରେ ନୁହେଁ, ଗୁଗୁଲରେ ହୋଇଛି ଏହି ତ୍ରୁଟି । ବିଗତ କିଛି ଦିନ ଧରି ଏଭଳି ଭୁଲ ଦେଖିବାକୁ ମିଳିଥିଲା ଗୁଗୁଲ ମ୍ୟାପରେ । ମାତ୍ର ଲୋକମାନଙ୍କ ଆକ୍ରୋଶ ପରେ ଏହି ତ୍ରୁଟିକୁ ସୁଧାରିଛି ଗୁଗୁଲ ।

By

Published : Oct 19, 2019, 9:25 PM IST

Published : Oct 19, 2019, 9:25 PM IST

ଫଟୋ ସୌଜନ୍ୟ:IANS

ହାଇଦ୍ରାବାଦ: ସର୍ଚ୍ଚ ଇଞ୍ଜିନ ଗୁଗୁଲ ମ୍ୟାପରେ ବଦଳିଗଲା ହୁସେନ ସାଗରର ନାଁ । ଗୁଗୁଲ ମ୍ୟାପରେ ହାଇଦ୍ରାବାଦର କେନ୍ଦ୍ର ସ୍ଥଳୀରେ ଥିବା ଏହି ହ୍ରଦ ନାଁ ବଦଳି ହୋଇଛି ଜୟ ଶ୍ରୀ ରାମ ସାଗର । ବିଗତ କିଛି ଦିନ ଧରି ଗୁଗୁଲର ଏଭଳି ଭୁଲ ପାଇଁ ତେଲେଙ୍ଗାନାବାସୀଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ତେବେ ଲୋକମାନଙ୍କ ଏଭଳି ଆକ୍ରୋଶ ଟ୍ବିଟରରେ ପ୍ରକାଶ ପାଇବା ପରେ ହୁସେନ ସାଗରର ନାଁକୁ ଠିକ କରାଯାଇଛି ।

ହାଇଦ୍ରାବାଦର କେନ୍ଦ୍ରସ୍ଥଳୀରେ ରହିଥିବା ଏହି ସାଗରର ନାଁ ଭୁଲବସତଃ ଜୟ ଶ୍ରୀ ରାମ ସାଗର ହୋଇଥିଲା । ଦୀର୍ଘ ଦିନ ଧରି ଏହାର ନାମ ଏହା ହିଁ ରହିଥିଲା । ତେବେ ଗୁଗୁଲର ଏଭଳି ଅବହେଳା ପାଇଁ ତେଲେଙ୍ଗାନାବାସୀ ଟ୍ବିଟରରେ କ୍ଷୋଭ ପ୍ରକାଶ କରିବା ସହିତ ଗୁଗୁଲକୁ ସମାଲୋଚନା କରିଥିଲେ ।

ଜଣେ ଟ୍ବିଟର ହ୍ୟାଣ୍ଡେଲକାରୀ ଲେଖିଥିଲେ କି, ଏହା ହାଇଦ୍ରାବାଦର ହୁସେନ ସାଗର । ହଠାତ ଏହାର ନାମ ଜୟ ଶ୍ରୀ ରାମ ସାଗର କିଭଳି ହୋଇଗଲା, ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟକର କଥା । ଏହାକୁ ଗୁଗୁଲ କିଭଳି ପ୍ରଶୟ ଦେଇଛି ବୋଲି ପ୍ରଶ୍ନ କରିବା ସହିତ ସମାଲୋଚନା ମଧ୍ୟ କରିଛନ୍ତି ।

ସେହିଭଳି ଅନ୍ୟ ଜଣେ ଟ୍ବିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି, ଅସାମାଜିକମାନଙ୍କ ଭୁଲ ବ୍ୟବହାର ଯୋଗୁଁ ହାଇଦ୍ରାବାଦର ହୁସେନ ସାଗର ଜୟ ଶ୍ରୀରାମ ସାଗରରେ ପରିବର୍ତ୍ତନ ହୋଇଯାଇଛି । ସେ ଆହୁରି ସୂଚନା ଦେଇ କହିଥିଲେ କି ଇବ୍ରାହିମ କୁଲ୍ଲି କୁତୁବ ଶାହ ହୁସେନ ସାଗରର ନିର୍ମାଣ କରିଥିଲେ । 1563 ମସିହାରେ ସେ ଏହାର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ଏହି ହ୍ରଦ ମଧ୍ୟରେ ବୁଦ୍ଧଙ୍କ ଏକ ବିଶାଳକାୟ ମୂର୍ତ୍ତି ରହିଛି । ଯାହାକୁ ଦେଖିବା ପାଇଁ ଦୈନିକ ଶତାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

ତେବେ ପରବର୍ତ୍ତି ସମୟରେ ଗୁଗୁଲ ପକ୍ଷରୁ ଏହି ତ୍ରୁଟିକୁ ସଠିକ କରାଯାଇଛି । ସୂଚନା ଯୋଗ୍ୟ ଏହା ପୂର୍ବରୁ ସଲାରଜଙ୍ଗ ବ୍ରିଜର ନାମକୁ ପରିବର୍ତ୍ତନ କରି ଛତ୍ରପତି ଶିବାଜୀ ବ୍ରିଜ କରିଦେଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details