ଭୋପାଲ: ନିଜ ବୁଣିଥିବା ଜାଲରେ ଫସିଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ମୋଦିଙ୍କୁ ଟାର୍ଗେଟ କରି ବୁଣିଥିଲେ ଜାଲ ହେଲେ ତାଙ୍କର ଏହି ଚାଲ ତାଙ୍କ ଉପରେ ହିଁ ଭାରି ପଡିଲା । ଏକ ଜନସଭାରେ ସମସ୍ତଙ୍କ ସାମ୍ନାରେ ତାଙ୍କର ଏହି ଚାଲକୁ ବିଫଳ କରିଦେଲେ ଜଣେ ସାଧାରଣ ଯୁବକ ।
ଦିଗବିଜୟଙ୍କ ମୁହଁ ବନ୍ଦ କରିଦେଲେ ଜଣେ ସାଧାରଣ ଯୁବକ - campaign
ମୋଦି 15 ଲକ୍ଷ ବଦଳରେ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି, ଆତଙ୍କବାଦୀଙ୍କୁ ସଫା କରିଛନ୍ତି ।
ସୂଚନା ମୁତାବକ, ଦିଗବିଜୟ ସିଂହ ଭୋପାଳରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ସେହି ସମୟରେ ବିଜେପିକୁ ଟାର୍ଗେଟ କରି କାହା ଖାତାରେ 15 ଲକ୍ଷ ଟଙ୍କା ଆସିଛି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ଯୁବକ ହାତ ଉଠାଇଥିଲେ । ତେବେ ଏହି ଯୁବକଙ୍କୁ ଏହାର ପ୍ରମାଣ ମାଗିଥିଲେ ଦିଗବିଜୟ । ଯାହାର ଜବାବ ଦିଗବିଜୟଙ୍କ ମୁହଁ ବନ୍ଦ କରିଦେଇଥିଲା । ମୋଦି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି, ଆତଙ୍କବାଦୀଙ୍କୁ ସଫା କରିଛନ୍ତି ବୋଲି ଯୁବକ ଜଣକ ନିଜ ଜବାବରେ କହିଥିଲେ ।
ତେବେ ଏହା ସୁଣି ପ୍ରଥମେ ନିଶବ୍ଦ ହୋଇଯାଇଥିଲେ ଦିଗବିଜୟ । କିନ୍ତୁ ହାର ନ ମାନି ତୁରନ୍ତ ନିଜକୁ ସମ୍ଭାଳିଥିଲେ ଏବଂ ନିଜ ପ୍ରଚାରକୁ ଆଗକୁ ବଢାଇଥିଲେ ।