ଓଡିଶା

odisha

ଆପ୍‌ ଇଣ୍ଟିଗ୍ରେସନ ସହ ବଦଳିବ ହ୍ବାଟ୍ସଆପ୍‌ର ପରିଭାଷା

By

Published : Jul 12, 2020, 1:45 AM IST

ଲକ୍ଷ ଲକ୍ଷ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ହ୍ବାଟ୍ସଆପ ଏତି ସୁଖଦ ଅନୁଭୂତି ଯୋଗାଇଥିବା ବେଳେ ଏବେ ଏକ ଇଣ୍ଟିଗ୍ରେସନ ଏହି ଅନୁଭୂତିରେ ରୋକ ଲଗାଇପାରେ ।

whatsapp latest news, app integration, social media latest news, latest technology news, mark zukerberg, ହ୍ବାଟ୍ସଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ଆପ୍‌ ଇଣ୍ଟିଗ୍ରେସନ, ସୋସିଆଲ ମିଡିଆ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ମାର୍କ ଜ୍ୟୁକରବର୍ଗ
ଆପ୍‌ ଇଣ୍ଟିଗ୍ରେସନ ସହ ବଦଳିବ ହ୍ବାଟ୍ସଆପ୍‌ର ପରିଭାଷା

ହାଇଦ୍ରାବାଦ: ଲକ୍ଷ ଲକ୍ଷ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ହ୍ବାଟ୍ସଆପ୍ ଏତି ସୁଖଦ ଅନୁଭୂତି ଯୋଗାଇଥିବା ବେଳେ ଏବେ ଏକ ଇଣ୍ଟିଗ୍ରେସନ ଏହି ଅନୁଭୂତିରେ ରୋକ ଲଗାଇପାରେ । ପୂର୍ବରୁ ବିନା ଆଡରେ ସୁରକ୍ଷିତ ଚାଟ, ବିନା ପପ୍‌ ଅପ୍ସ ଓ ବିନା କୌଣସି ବିଭ୍ରାଟରେ ବିଶ୍ବବ୍ୟାପୀ ୟୁଜର୍ସ ଚାଟିଂର ଅନୁଭୂତି ପାଉଥିବା ବେଳେ ଏବେ ଫେସବୁକ ପରିବାର ଦ୍ବାରା ଏଥିରୋ ଯୋଡି ହେବାକୁ ଯାଉଛି ଏକ ଇଣ୍ଟିଗ୍ରେସନ ।

ନିକଟରେ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଆଉ ପାଦେ ଆଗକୁ ବଢାଇଛନ୍ତି । ନିଜର ସମସ୍ତ ସର୍ଭିସକୁ ଗୋଟିଏ ପ୍ଲାଟଫର୍ମରେ କ୍ରସ କରାଇବାର ଇଣ୍ଟିଗ୍ରେସନ ଜ୍ୟୁକରବର୍ଗଙ୍କ ଇଚ୍ଛା ରହିଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ସୋସିଆଲ ମିଡିଆର ରୂପରେଖରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଇଣ୍ଟିଗ୍ରେସନ ଦ୍ବାରା ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ର ଡାଟା ଗୋଟିଏ ପ୍ଲାଟଫର୍ମପରେ ମିଳିପାରିବ ।

2014ରେ 19 ବିଲିୟନ ଡଲାର ବ୍ୟୟରେ ହ୍ବାଟ୍ସଆପ ଉପରେ ଫେସବୁକ ନିଜ ଆଧିପତ୍ୟ ବିସ୍ତାର କରିଥିଲା । ଏହା ପରେ ପରେ ହ୍ବାଟ୍ସଆପ୍‌ର ଉଭୟ ଉପପ୍ରତିଷ୍ଠାତା ବ୍ରାଏନ ଆକ୍ଟନ ଓ ଜାନ କୌମ କମ୍ପାନୀର ହାତ ଛାଡିଥିଲେ । ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗଙ୍କ ସହ ମତାନ୍ତର ପାଇଁ ଉଭୟେ କମ୍ପାନୀ ଛାଡିଥିବା ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲେ । ସେପଟେ ଡାଟା ପ୍ରାଇଭେସ, ଏନକ୍ରିପ୍ସନ ଓ ଇସୁ ଲାଇନ ମନିଟରିଂରେ ମାର୍କ ଜୁକରବର୍ଗଙ୍କ ନିଷ୍ପତ୍ତି ସେମାନଙ୍କ ମତଠାରୁ ଢେର ଭିନ୍ନ ରହିଥିବା ଦେଖାୟାଇଥିଲା ।

ତେବେ ଆଗକୁ ଆସୁଥିବା ଏହି ପରିବର୍ତ୍ତନ ୟୁଜର୍ସଙ୍କୁ କେତେ ବାନ୍ଧି ରଖିପାରିବ ତାହା ଦେଖିବା ବାକି ରହିଛି ।

@IANS

ABOUT THE AUTHOR

...view details