ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ନେଇ ନିଆଁ ବେଗରେ ବ୍ୟାପିବାରେ ଲାଗିଛି ଫେକ ନ୍ୟୁଜ୍ । ଏନେଇ ଟେକ୍ନୋଲୋଜି ଜାଏଣ୍ଟମାନେ ନାନା ପ୍ରକାରର ଉପାୟ କଲେ ସୁଦ୍ଧା ଥମିବାର ନାମ ନେଉନାହିଁ ଫେକ ନ୍ୟୁଜ୍ର ବ୍ୟାପ୍ତି । ତେବେ ଏହି ପରିପ୍ରେକ୍ଷୀରେ ହ୍ବାଟ୍ସଆପ୍ ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
ସୋସିଆଲ ମିଡିଆରେ ଶେୟାର ହେଉଥିବା ଫେକ ନ୍ୟୁଜ୍କୁ ରୋକିବା ପାଇଁ ଲଞ୍ଚ ହୋଇଛି ନୂଆ ହିନ୍ଦୀ ଭର୍ସନରେ ଚାଟବଟ । ଏହାର ବ୍ୟବହାର କରି କୋରୋନା ସମ୍ବନ୍ଧୀୟ ଯେକୌଣସି ତଥ୍ୟ କେତେ ଠିକ୍ କେତେ ଭୁଲ ତାହା ୟୁଜର୍ସମାନେ ଚେକ କରିପାରିବେ । ହିନ୍ଦୀ ୟୁଜର୍ସମାନଙ୍କ ଏହି ହିନ୍ଦୀ ଭର୍ସନ ଚାଟବଟ ସାହାଯ୍ୟ କରିବା ବୋଲି କମ୍ପାନୀ ଆଶାବାଦୀ ରହିଛି ।