ଓଡିଶା

odisha

ETV Bharat / bharat

କୁକୁରକୁ ବି ସଂକ୍ରମିତ କରିପାରେ ମଣିଷର ଲାଳ - what-you-should-know-it-okay-kiss-your-pet-dog

ଅନେକ ଲୋକ ନିଜ ଗୃହପାଳିତ ପଶୁ ପେଟକୁ ଚୁମ୍ବନ ଦେଇ ନିଜର ଭଲ ପାଇବା ଜାହିର କରିଥାଆନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ପରସ୍ପର ପ୍ରତି ଥିବା ସ୍ନେହର ଏକ ମାଧ୍ୟମ । କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଏହା କେତେ ସୁରକ୍ଷିତ? ଅଧିକ ପଢନ୍ତୁ...

କୁକୁରକୁ ବି ସଂକ୍ରମିତ କରିପାରେ ମଣିଷର ଲାଳ
କୁକୁରକୁ ବି ସଂକ୍ରମିତ କରିପାରେ ମଣିଷର ଲାଳ

By

Published : Jun 19, 2020, 7:21 AM IST

ହାଇଦ୍ରାବାଦ: ଆମ ଭିତର ଏମିତି ଅନେକ ଅଛନ୍ତି ଯେଉଁମାନେ ଘରେ ଗୃହପାଳିତ ପଶୁ ରଖିବାକୁ ଭଲପାଇଥାଆନ୍ତି । ବିଶେଷ କରି କୁକୁର । କିଛି ଏମିତି ବି ଅଛନ୍ତି ଯିଏ ଘରେ ରଖିଥିବା ପଶୁଙ୍କୁ ନିଜ ପାଖରୁ କ୍ଷଣଟିଏ ମଧ୍ୟ ଦୂର କରିନଥାନ୍ତି ।

ତେବେ ଅନେକ ଲୋକ ନିଜ ଗୃହପାଳିତ ପଶୁ ପେଟକୁ ଚୁମ୍ବନ ଦେଇ ନିଜର ଭଲ ପାଇବା ଜାହିର କରିଥାଆନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ପରସ୍ପର ପ୍ରତି ଥିବା ସ୍ନେହର ଏକ ମାଧ୍ୟମ । କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଏହା କେତେ ସୁରକ୍ଷିତ?

କାରଣ ଆପଣଙ୍କ ପାଟିରେ ଥିବା ଲାଳ ଦ୍ବାରା ଆପଣଙ୍କୁ କୌଣସି ସଂକ୍ରମଣର ଭୟ ନାହିଁ ତ । ସେ କ’ଣ ଖାଏ, କେଉଁଠି ରୁହେ ସେଥିପ୍ରତି ସଚେତନ ରୁହନ୍ତୁ କାରଣ ସେମାନଙ୍କ ପାଟି ଜୀବାଣୁରେ ପରିପୂର୍ଣ୍ଣ ହୋଇପାରେ |

ପେୟସ.ୱେବଏମଡି.କମ୍ ରେ(Pets.webmd.com) ଆମେରିକୀୟ ପ୍ରାଣୀ ଚିକିତ୍ସା ସଂଘର ସଭାପତି କ୍ଲାର୍କ ଫୋବିଆନ୍ଙ୍କ ଅନୁଯାୟୀ, ଆପଣ ଗୋଟିଏ କୁକୁରକୁ ଚୁମ୍ବନ ଦେବା କିମ୍ବା ଆପଣଙ୍କ ଗୃହପାଳିତ ପଶୁଙ୍କୁ ମୁହଁ ସଂସ୍ପର୍ଶରେ ଆସିବା ପୂର୍ବରୁ ଜାଣିବା ଉଚିତ୍ ଯେ ସେମାନଙ୍କର ନାକ ଏବଂ ପାଟି ଜୀବାଣୁ ମୁକ୍ତ ତ । ନଚେତ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଆପଣ ପରସ୍ପରକୁ ଅସୁସ୍ଥ କରିପାରିବେ କି?

ଉଭୟ ମଣିଷ ଏବଂ କୁକୁରମାନଙ୍କର ଶରୀରରେ ବହୁ ସଂଖ୍ୟକ ଜୀବାଣୁ ଥାଆନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ଆମକୁ ଅସୁସ୍ଥ କରିପାରନ୍ତି ନାହିଁ କିନ୍ତୁ କେତେକ ରୋଗାକ୍ରାନ୍ତ କରାଇବାରେ ସକ୍ଷମ ହୁଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏପରି କରିବା ଦ୍ବାରା କେବଳ ଆପଣ ନୁହଁନ୍ତି ଆପଣଙ୍କ ପେଟ୍ ମଧ୍ୟ ରୋଗାକ୍ରାନ୍ତ ହୋଇପାରେ । ହଁ ଆଜ୍ଞା ଠିକ୍ ଶୁଣିଲେ ।

ପେୟସ.ୱେବଏମଡି.କମ୍ (Pets.webmd.com)ଏକ ଅଧ୍ୟୟନ ଅନୁଯାୟୀ, ମଣିଷ ଲାଳ ଦ୍ବାରା କୁକୁରର ମୁହଁ ଏବଂ ପାଟି ଜରିଆରେ ତା ଶରୀରକୁ ଅନେକ ଜୀବାଣୁ ସହଜରେ ଯାଇପାରେ । କେବଳ ଲାଳଦ୍ବାରା ନୁହେଁ କୁକୁରମାନେ ନାକଦ୍ବାରା ଅଧିକ ରୋଗାକ୍ରାନ୍ତ ହୋଇଥାଆନ୍ତି ।

ଯଦି ଆପଣ ମଧୁମେହ,ଏଚ୍.ଆଇ.ଭି, ଅଙ୍ଗ ପ୍ରତିରୋପଣ, କର୍କଟ ରୋଗଦ୍ବାରା ପିଡୀତ କିମ୍ବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ତେବେ ଆପଣ ନିଜ ପେଟଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍ । ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ABOUT THE AUTHOR

...view details