ଓଡିଶା

odisha

ମାସୁଦ ବିଶ୍ବ ଆତଙ୍କୀ ଘୋଷିତ; ଜାଣନ୍ତୁ, ଭାରତକୁ କଣ ଲାଭ ମିଳିବ ?

By

Published : May 1, 2019, 11:28 PM IST

ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମୌଲାନା ମାସୁଦ ଆଜହରର ଜନ୍ମ ପାକିସ୍ତାନର ବହାବଲପୁରରେ ୧୯୬୮ ମସିହା ଜୁଲାଇ ୧୦ରେ ହୋଇଥିଲା । ମାସୁଦର ବାପା ଅଲ୍ଲାହ ବଖଶ ଶବ୍ବୀର ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶେଷରେ ଚୀନ ମାନିଲା । ଭାରତର ହେଲା କୂଟନୈତିକ ବିଜୟ । ଜୈଶ-ଇ-ମହମ୍ମଦ ମୁଖିଆ ମାସୁଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜାତିସଂଘ । ମାସୁଦ ବିଶ୍ବ ଆତଙ୍କୀ ଭାବେ ଘୋଷିତ ହୋଇଛି ।

ପ୍ରକାଶ ଯେ, ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ ଭାରତରେ ବହୁ ଆତଙ୍କୀ ଘଟଣାରେ ସଂପୃକ୍ତ ରହିଛି ।

ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମୌଲାନା ମାସୁଦ ଅଜହରର ଜନ୍ମ ପାକିସ୍ତାନର ବହାବଲପୁରରେ ୧୯୬୮ ମସିହା ଜୁଲାଇ ୧୦ରେ ହୋଇଥିଲା । ତାର ୯ ଜଣ ଭାଇ-ଭଉଣୀ ଥିଲା । ମାସୁଦର ବାପା ଅଲ୍ଲାହ ବଖଶ୍ ଶବ୍ବୀର ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ତାର ପରିବାର ପଶୁପାଳନ ଓ ପୋଲ୍ଟ୍ରି ବ୍ୟବସାୟ କରୁଥିଲା । ଆସନ୍ତୁ ଏବେ ଜାଣିବା ମାସୁଦ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ପ୍ରଭାବ କଣ ରହିବ...


ମୁଖ୍ୟତଃ ତିନି ପ୍ରକାରର ପ୍ରତିବନ୍ଧକ ଲାଗୁ ହେବ


ସମ୍ପତ୍ତି ଜବତ
ଗ୍ଲୋବାଲ ଟେରୋରିଷ୍ଟ ତାଲିକାରେ କୌଣସି ବ୍ୟକ୍ତି ସାମିଲ ହେଲେ ଜାତିସଂଘର ନିୟମ ଅନୁସାରେ ସମସ୍ତ ଦେଶ ବିନା କୌଣସି ବିଲମ୍ବରେ ସମ୍ବନ୍ଧିତ ବ୍ୟକ୍ତି, ସମୂହ ବା ସଂସ୍ଥାର ଧନ, ଆର୍ଥିକ ସମ୍ପତ୍ତି ଓ ଆର୍ଥିକ ସମ୍ପଦକୁ ଜବତ କରି ନିଅନ୍ତି ।


ଯାତ୍ରା ଉପରେ ପ୍ରତିବନ୍ଧକ
ପ୍ରତିବନ୍ଧିତ ତାଲିକାରେ ଆତଙ୍କୀ ସାମିଲ ହେଲେ ବିଶ୍ବର କୌଣସି ଦେଶରେ ଯିବା ଆସିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥାଏ । ଏହାସହ ସେ ଯେଉ ଦେଶରେ ରହୁଛି, ସେହି ଦେଶରେ ମଧ୍ୟ ସ୍ବତନ୍ତ୍ର ଭାବେ ଯାତ୍ରା କରି ପାରିବ ନାହିଁ ।


ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ
ଜାତିସଂଘର ସୁରକ୍ଷା ପରିଷଦ ଦ୍ବାରା କୌଣସି ବ୍ୟକ୍ତିକୁ ଆତଙ୍କୀ ଘୋଷଣା କରାଗଲେ ସେହି ବ୍ୟକ୍ତି ବା ସଂସ୍ଥାକୁ କୌଣସି ଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟ-ବିକ୍ରୟ, ଏହାର ପାର୍ଟ୍ସ, ମେଟେରିୟଲ, ଯାନ୍ତ୍ରିକ କୌଶଳ ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ପ୍ରତିବନ୍ଧିତ ଆତଙ୍କୀ ବା ସଂସ୍ଥା କୌଣସି ଦେଶର ପତାକା ଲାଗିଥିବା ବାୟୁଯାନ ବା ଜଳଯାନର ଉପଯୋଗ କରି ପାରିବ ନାହିଁ ।

ABOUT THE AUTHOR

...view details