ଓଡିଶା

odisha

ETV Bharat / bharat

ମହାକାଶର ମହାଶକ୍ତି, ମିଶନ ଶକ୍ତି କଣ ? - anti-satellite

ଆଣ୍ଟି ସାଟେଲାଇଟ ବିଧ୍ବଂସକାରୀ (ଏଏସଏଟି)କୁ ଉପଗ୍ରହ ଧ୍ବଂସ କରିବା ବା ନିଷ୍କ୍ରିୟ କରିବା ପାଇଁ ନିର୍ମାଣ କରାଯାଇଥାଏ । ଏପରି କ୍ଷମତା ବିଶ୍ବର ଆମେରିକା, ଋଷ ଓ ଚୀନ ପାଖରେ ରହିଛି । ବର୍ତ୍ତମାନ ଏହି କ୍ଲବରେ ଭାରତ ସାମିଲ ହୋଇ ଯାଇଛି । ଆମେରିକା ପ୍ରଥମଥର ଏହାର ପରୀକ୍ଷଣ ୧୯୫୮ରେ କରିଥିଲା ।

ପ୍ରତୀକାତ୍ମକ ଫଟୋ

By

Published : Mar 27, 2019, 5:28 PM IST

Updated : Mar 27, 2019, 5:53 PM IST

ନୂଆଦିଲ୍ଲୀ: ମହାକାଶରେଆଜି ଏକ ନୂଆ ଇତିହାସ ରଚିଛି ଭାରତ। ଆଣ୍ଟି ମିସାଇଲ ଦ୍ବାରାଏକ ଲାଇଭ ସେଟଲାଇଟକୁ ଧ୍ବଂସ କରିବାରେ ଭାରତ ହୋଇଛି ସଫଳ । ଏପରି କରିଥିବା ଦେଶଗୁଡିକ ମଧ୍ୟରେ ଭାରତ ହେଉଛି ଚତୁର୍ଥ ରାଷ୍ଟ୍ର । ଏହାପୂର୍ବରୁ ଆମେରିକା, ଋଷ ଓ ଚୀନ ଏପରି ଉପଲବ୍ଧି ହାସଲ କରିବାରେ ହୋଇଥିଲେ ସଫଳ । ବୁଧବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧନ କରି ସୂଚନା ଦେଇଛନ୍ତି । ଏହି ଅପରେସନକୁ ଭାରତୀୟ ମହାକାଶ ବୈଜ୍ଞାନିକ ବା ଡିଆରଡିଓ 'ମିଶନ ଶକ୍ତି' ନାଁ ଦେଇଥିଲେ । ଆସନ୍ତୁ ଜାଣିବା ଏହି ମିଶନ ଶକ୍ତି ବିଷୟରେ....

ମିଶନ ଶକ୍ତି କଣ...


ଆଣ୍ଟି ସାଟେଲାଇଟ ବିଧ୍ବଂସକାରୀ (ଏଏସଏଟି)କୁ ଉପଗ୍ରହ ଧ୍ବଂସ କରିବା ବା ନିଷ୍କ୍ରିୟ କରିବା ପାଇଁ ନିର୍ମାଣ କରାଯାଇଥାଏ । ଏପରି କ୍ଷମତା ବିଶ୍ବର ଆମେରିକା, ଋଷ ଓ ଚୀନ ପାଖରେ ରହିଛି । ବର୍ତ୍ତମାନ ଏହି କ୍ଲବରେ ଭାରତ ସାମିଲ ହୋଇ ଯାଇଛି । ଆମେରିକା ପ୍ରଥମଥର ଏହାର ପରୀକ୍ଷଣ ୧୯୫୮ରେ କରିଥିଲା । ପରେ ସୋଭିଏତ ସଂଘ(ୟୁନିୟନ ଅଫ ସୋଭିଏତ ସୋସାଲିଷ୍ଟ ରିପବ୍ଲିକସ-ୟୁଏସଏସଆର) ୧୯୬୪ରେ ଏହି କ୍ଷମତା ହାସଲ କରିଥିଲା । ପରେ ଚୀନ ୨୦୦୭ରେ ଏଏସଏଟିର ସଫଳ ପରୀକ୍ଷଣ କରିବାରେ ସଫଳ ହୋଇଥିଲା । ସେତେବେଳେ ଚୀନ ନିଜ ଅକାମୀପାଣିପାଗ ଉପଗ୍ରହକୁ ଧ୍ବଂସ କରିବା ପାଇଁ ଏହି ପରୀକ୍ଷଣ କରିଥିଲା ।

ଚୀନର ଏହି ପରୀକ୍ଷଣ ପରେ ଆନ୍ତର୍ଜାତିକ ସ୍ତରରେ ବହୁ ଆଲୋଚନା ହୋଇଥିଲା । ବିଭିନ୍ନ ଦେଶ ଏହି ମହାକାଶ ପରୀକ୍ଷଣକୁ ନେଇ ସମାଲୋଚନା କରିବା ସହ ମହାକାଶରେ ସୈନ୍ୟକରଣ କରିବା ପାଇଁ ଚୀନକୁ ଗମ୍ଭୀର ପରିମାଣ ଭୋଗିବାର ଧମକ ମଧ୍ୟ ଦେଇଥିଲେ । ସେତେବେଳେ ଚୀନ ନିଜ ସଫେଇରେ କହିଥିଲେ ଯେ ସେ ମହାକାଶରେ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ ନାହିଁ ।

ବର୍ତ୍ତମାନ ଭାରତ ଆଜି ବଡ ଉପଲବ୍ଧି ହାସଲ କରିଛି । ୨୦୧୦ ଫେବୃଆରୀରେ ଡିଆରଡିଓ ଘୋଷଣା କରିଥିଲା ଯେ ଭାରତ ମହାକାଶରେ ନିଜ ଶତ୍ରୁଙ୍କ ଉପଗ୍ରହ ଧ୍ବଂସ କରିବା ପାଇଁ ଏକ ଅସ୍ତ୍ରଶସ୍ତ୍ର ଗଢିବାର କୌଶଳ ବିକଶିତ କରୁଛି । ମହାକାଶ ବୈଜ୍ଞାନିକ ଅଜଲ ଲାଲଙ୍କ ଅନୁସାରେ ଏହି ଆଣ୍ଟି ସେଟଲାଇଟ ମିସାଇଲ ଭିତରେ ବାରୁଦ ନଥାଏ । ଏହାକୁ କାଇନ୍ୟାଟିକ କିଲ ୱେପନ ମଧ୍ୟ କୁହାଯାଇଥାଏ ।

Last Updated : Mar 27, 2019, 5:53 PM IST

ABOUT THE AUTHOR

...view details