ଓଡିଶା

odisha

ସମ୍ବିଧାନର ଧାରା 35(କ) କଣ ?

By

Published : Aug 5, 2019, 6:13 PM IST

Updated : Aug 8, 2019, 9:23 PM IST

ସମ୍ବିଧାନର ଧାରା 370 ଅନ୍ତର୍ଗତ କେତେକ ଅନୁଚ୍ଛେଦ ଓ ଧାରା 35(ଏ)କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରସ୍ତାବକୁ ରାଜ୍ୟସଭାରେ ଆଗତ କରାଯାଇଛି । ତେବେ ଆସନ୍ତୁ ଏହି ଧାରା ସଂପର୍କରେ ଜାଣିବା ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ଅନ୍ୟ ରାଜ୍ୟମାନଙ୍କ ଠାରୁ ସ୍ବତନ୍ତ୍ର କରୁଥିବା ସମ୍ବିଧାନର ଧାରା 370 ଅନ୍ତର୍ଗତ କେତେକ ଅନୁଚ୍ଛେଦ ଓ ଧାରା 35(ଏ)କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପ୍ରସ୍ତାବକୁ ରାଜ୍ୟସଭାରେ ଆଗତ କରାଯାଇଛି । ତେବେ ଆସନ୍ତୁ ଏହି ଧାରା ସଂପର୍କରେ ଜାଣିବା ।


ଧାରା 35(କ) କଣ ?

-ଧାରା 35(କ) ହେଉଛି ଜାମ୍ମୁ କାଶ୍ମୀର ବିଧାନସଭା ଦ୍ବାରା ପାରିତ ହୋଇଥିବା ଏକ ପ୍ରସ୍ତାବ । ଯାହା ଦ୍ବାରା ରାଜ୍ୟ ନିଜର ସ୍ଥାୟୀ ନାଗରିକ ସମ୍ବନ୍ଧରେ ସ୍ବତନ୍ତ୍ର ନିଷ୍ପତ୍ତି ନେଇପାରେ ।
-ଏହି ଧାରା ସରକାରୀ କ୍ଷେତ୍ରରେ ଚାକିରି, ରାଜ୍ୟରେ ସମ୍ପତ୍ତି ଅଧିଗ୍ରହଣ, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସାର୍ବଜନୀନ ସହାୟତାରେ ବିଶେଷ ଅଧିକାର ପ୍ରଦାନ କରାଯାଇପାରେ ।

-ଧାରାରେ ଉଲ୍ଲେଖଥିବା ବ୍ୟବସ୍ଥା ଅନୁସାରେ, 1911 ମସିହା ଓ ତା ପୂର୍ବରୁ ରାଜ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାୟୀ ଅଧିବାସୀ ଭାବରେ ଗ୍ରହଣ କରାଯିବ ।

-ରାଜ୍ୟର ମହିଳା ଯଦି ଅନ୍ୟ ରାଜ୍ୟରେ ବିବାହ କରନ୍ତି ତାହେଲେ ସେମାନଙ୍କ ରାଜ୍ୟରେ ପୂର୍ବରୁ ରହିଥିବା ଅଧିକାର ରହିବ ନାହିଁ ।

-ଏହି ଧାରା ଅଧୀନରେ ରାଜ୍ୟରେ ଅନ୍ୟରାଜ୍ୟର ଲୋକ ସ୍ଥାୟୀ ଭାବରେ ବସବାସ କରିପାରିବେ ନାହିଁ କିମ୍ବା କୌଣସି ଭୂ-ସମ୍ପତ୍ତି କ୍ରୟ କରିପାରିବେ ନାହିଁ ।


ଭାରତୀୟ ସମ୍ବିଧାନରେ କିପରି ଲାଗୁ କରାଗଲା ?

-1954 ମସିହାରେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଧାରା 35(ଏ) ସମ୍ବିଧାନରେ ଯୋଡାଯାଇଥିଲା । ଯାହାକୁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଅନୁମୋଦନ କରିଥିଲେ ।

- 1954 ମସିହାର ବିବାଦୀୟ ସମ୍ବିଧାନ( ଜାମ୍ମୁ କାଶ୍ମୀର ପାଇଁ ଆବେଦନ) 1952 ମସିହାରେ ନେହେରୁ ଓ ଜାମ୍ମୁଓ କାଶ୍ମୀରର ପ୍ରଧାନମନ୍ତ୍ରୀ ଶେଖ ଅବଦୁଲ୍ଲା ମଧ୍ୟରେ ହୋଇଥିବା ଦିଲ୍ଲୀ ଚୁକ୍ତି ଆଧାରରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦିଆଯାଇଥିଲା ।

- ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପାଇଁ ଧାରା 370(1) (ଘ) ଅଧୀନରେ ସମ୍ବିଧାନରେ ବ୍ୟତିକ୍ରମ ଓ ପରିବର୍ତ୍ତନ କରାଯାଇଥିଲା ।

-ଅନୁଚ୍ଛେଦ 35(ଏ)କୁ ଭାରତୀୟ ମାନଙ୍କର ବିଶେଷ ବିଚାରର ପ୍ରମାଣ ସ୍ବରୂପ ସମ୍ବିଧାନରେ ପ୍ରୟୋଗ କରାଯାଇଥିଲା ।

ସମାଲୋଚନା

- 2015 ମସିହା ଜୁଲାଇ ମାସରେ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଧାରା 35(ଏ) ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା । ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଏଥିରେ ଚ୍ୟାଲେଞ୍ଜରେ ଦର୍ଶାଯାଇଥିବା ବିଭିନ୍ନ ଦିଗଗୁଡିକ ହେଲା -

i) 35(ଏ) କୌଣସି ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ସମ୍ବିଧାନରେ ଯୋଡାଯାଇ ନାହିଁ । ସଂସଦରେ ମଧ୍ୟ ଏନେଇ ବ୍ୟାପକ ଆଲୋଚନା ହୋଇନାହିଁ ।

ii) 35(ଏ) କୁ ସଂସଦରେ ସ୍ବତନ୍ତ୍ର ଭାବେ ଉପସ୍ଥାପିତ କରାଯାଇନାହିଁ ।

iii) ଏହା ଲିଙ୍ଗଗତ ସାମ୍ୟତାକୁ ଉଲ୍ଲଙ୍ଘନ କରେ ।

Last Updated : Aug 8, 2019, 9:23 PM IST

ABOUT THE AUTHOR

...view details