ଓଡିଶା

odisha

ETV Bharat / bharat

'ଆର୍ଥିକ ମାନ୍ଦାବସ୍ଥା' ଶବ୍ଦକୁ ସରକାର ମାନିବାକୁ ପ୍ରସ୍ତୁତ ନୁହେଁ: ମନମୋହନ ସିଂହ - manmohan singh

ଅର୍ଥ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଆଜି ଦେଶରେ ଏପରି ସରକାର ଅଛି ଯିଏ ମାନ୍ଦାବସ୍ଥା ଭଳି କୌଣସି ଶବ୍ଦକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ମନମୋହନ । ଅଧିକ ପଢନ୍ତୁ...

'ଆର୍ଥିକ ମାନ୍ଦାବସ୍ଥା' ଶବ୍ଦକୁ ସରକାର ମାନିବାକୁ ପ୍ରସ୍ତୁତ ନୁହେଁ: ମନମୋହନ ସିଂହ
'ଆର୍ଥିକ ମାନ୍ଦାବସ୍ଥା' ଶବ୍ଦକୁ ସରକାର ମାନିବାକୁ ପ୍ରସ୍ତୁତ ନୁହେଁ: ମନମୋହନ ସିଂହ

By

Published : Feb 19, 2020, 10:58 PM IST

ନୂଆଦିଲ୍ଲୀ: ଭାରତର ବର୍ତ୍ତମାନ ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । 'ଆର୍ଥିକ ମାନ୍ଦାବସ୍ଥା' ଭଳି ଗୋଟିଏ ଶବ୍ଦ ରହିଥିବା ବର୍ତ୍ତମାନ ଦେଶରେ ଥିବା ସରକାର ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ମନମୋହନ । ସେ କହିଛନ୍ତି ଯେ ଯଦି ଆପଣ ନିଜ ସମ୍ମୁଖରେ ଥିବା ସମସ୍ୟାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ହୋଇପାରେ ଆପଣ ବିଶ୍ବାସଯୋଗ୍ୟ ଉତ୍ତର ଖୋଜି ପାଉ ନାହାନ୍ତି ।

'ଆର୍ଥିକ ମାନ୍ଦାବସ୍ଥା' ଶବ୍ଦକୁ ସରକାର ମାନିବାକୁ ପ୍ରସ୍ତୁତ ନୁହେଁ: ମନମୋହନ ସିଂହ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ଏହି ସମସ୍ୟା ଉପରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି, କାରଣ ଆଜି ଦେଶରେ ଏପରି ସରକାର ଅଛି ଯିଏ ମାନ୍ଦାବସ୍ଥା ଭଳି କୌଣସି ଶବ୍ଦକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ । ଏହା ଦେଶ ପାଇଁ ହିତକର ନୁହେଁ ।

1990 ଦଶକରେ ଅର୍ଥବ୍ୟବସ୍ଥାର ଉଦାରୀକରଣରେ ସମର୍ଥନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ପତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details