ଓଡିଶା

odisha

ETV Bharat / bharat

ପୁଣି କେନ୍ଦ୍ର ଉପରେ ବର୍ଷିଲେ ମମତା - ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଲକଡାଉନ ବିଷୟକୁ ନେଇ ଗତ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡକାଯାଇଥିବା ମୁଖ୍ୟମନ୍ତ୍ରୀ ବୈଠକରେ ପଶ୍ଚିମବଙ୍ଗର ପ୍ରବକ୍ତାଙ୍କୁ ସାମିଲ କରାଯାଇନଥିଲା । ଯାହାକୁ ନେଇ ମମତା ବାନାର୍ଜୀ ବୈଠକରେ ସାମିଲ ହୋଇନଥିଲେ ।

meeting
ପୁଣି କେନ୍ଦର ଉପରେ ଖପ୍ପା ମମତା ବାନାର୍ଜୀ

By

Published : Jun 18, 2020, 10:19 PM IST

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଲକଡାଉନ ବିଷୟକୁ ନେଇ ଗତ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡକାଯାଇଥିବା ମୁଖ୍ୟମନ୍ତ୍ରୀ ବୈଠକରେ ପଶ୍ଚିମବଙ୍ଗର ପ୍ରବକ୍ତାଙ୍କୁ ସାମିଲ କରାଯାଇନଥିଲା । ଯାହାକୁ ନେଇ ମମତା ବାନାର୍ଜୀ ବୈଠକରେ ସାମିଲ ହୋଇନଥିଲେ ।

ତେବେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପରିବର୍ତ୍ତେ ରାଜ୍ୟରେ କୋରୋନାର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ, ହୁଏତ କେନ୍ଦ୍ର ସରକାରଙ୍କୁ ଆମକୁ ଡାକିବାକୁ ଇଚ୍ଛା ନଥିଲା, ସେଥିପାଇଁ ସେମାନେ ଆମକୁ ବୈଠକରେ କହିବାକୁ ଆମନ୍ତ୍ରଣ କରିନଥିଲେ।

ଏଥିସହ ସେ କହିଛନ୍ତି ରାଜ୍ୟରେ ମହାମାରୀର ମୁକାବିଲା ପାଇଁ ସମୀକ୍ଷା ବୈଠକ ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କେନ୍ଦ୍ର ସରକାର ବଡ ସଭା କରୁଛନ୍ତି କିନ୍ତୁ ସେ (ବାନାର୍ଜୀ) ଲୋକମାନଙ୍କର ଆବଶ୍ୟକତା ବୁଝିବା ପାଇଁ ଗ୍ରାଉଣ୍ଡ ସ୍ତରରେ ବୈଠକ କରୁଛନ୍ତି ।

ତେବେ କୋରୋନା ପ୍ରସଙ୍ଗକୁ ନେଇ ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହୋଇଥିଲେ। ଗତ ମେ ମାସରେ ଗୃହ ମନ୍ତ୍ରଣାଳୟ ଲକଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ପଠାଇଥିଲା । ଯେଉଁଥିରେ ମମତା ବାନାର୍ଜୀ କ୍ରୋଧିତ ହୋଇ କେନ୍ଦ୍ର ଉପରେ ମତଭେଦର ଆରୋପ ଲଗାଇଥିଲେ ।

ABOUT THE AUTHOR

...view details