ନୂଆଦିଲ୍ଲୀ: ଶେଷରେ ନରମିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆନ୍ଦୋଳନକାରୀ ଡାକ୍ତରଙ୍କ ସମସ୍ତ ଦାବିକୁ ମାନିବା ସହ ତାଙ୍କୁ ନିଜ କାର୍ଯ୍ୟକୁ ଫେରିବାକୁ ଅପିଲ କରିଛନ୍ତି । ରାଜ୍ୟରେ ଉପୁଜିଥିବା ହିଂସାକୁ ଦୁଃର୍ଭାଗ୍ୟପୂର୍ଣ୍ଣ କହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ସେ ଡାକ୍ତରଙ୍କୁ ଆଶ୍ବାସନା ଦେଇଛନ୍ତି ।
ନରମିଲେ ମମତା, ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କଲେ ଅପିଲ
ଶେଷରେ ନରମିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆନ୍ଦୋଳନକାରୀ ଡାକ୍ତରଙ୍କ ସମସ୍ତ ଦାବିକୁ ମାନିବା ସହ ତାଙ୍କୁ ନିଜ କାର୍ଯ୍ୟରେ ଫେରିବାକୁ ଅପିଲ କରିଛନ୍ତି ।
ରାଜ୍ୟରେ ଆନ୍ଦୋଳନ ଜୋର ଧରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମମତା ବାନାର୍ଜୀ । ଡାକ୍ତରଙ୍କ ସହ ମାରପିଟ୍ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ସରକାର ଏହି ସମସ୍ୟାର ସମାଧାନ କରିବାକୁ ଯଥାସମ୍ଭବ ପ୍ରୟାସ କରିବେ ବୋଲି ସମ୍ମିଳନୀରେ କହିଛନ୍ତି ମମତା । ଆନ୍ଦୋଳନ ଫଳରେ ଗରିବ ଲୋକଙ୍କ ଚିକିତ୍ସା ହୋଇ ପାରୁନାହିଁ । କିଛି ନୁହେଁ ତ ହସ୍ପିଟାଲରେ ଜରୁରୀକାଳୀନ ସେବା ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି ।
ତେବେ ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି ଡାକ୍ତରଙ୍କୁ ଆଶ୍ବସନା ମଧ୍ୟ ଦେଇଛନ୍ତି ମମତା । ଆମେ କୌଣସି ପ୍ରକାର ଶକ୍ତିର ପ୍ରୟୋଗ କରିବାକୁ ଚାହୁଁନୁ । ତେଣୁ ଆନ୍ଦୋଳନରତ ଜଣେ ବି ଡାକ୍ତରଙ୍କୁ ଆମେ ଗିରଫ କରିନାହୁଁ । ଆମେ ରାଜ୍ୟରେ ଏସମା ଆକ୍ଟ ଲାଗୁ କରିବା ପାଇଁ ଚାହୁଁ ନାହୁଁ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ସେମାନଙ୍କୁ ନିଜ କାର୍ଯ୍ୟକୁ ଫେରିବାକୁ ନିବେଦନ କରିଛନ୍ତି ।