ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିମାଡ, ଟିଏମସି ଉପରେ ଅଭିଯୋଗ ଆଣିଲା ଦଳ

ପଶ୍ଚିମବଙ୍ଗରେ ପୁଣି ବିଜେପି ନେତାଙ୍କ ଉପରକୁ ଗୁଳିମାଡ । ଗୁରୁତର ପବିତ୍ରା ଦାସ ମେଡିକାଲରେ ଭର୍ତ୍ତି, ତଦନ୍ତ ଜାରି । ଅଧିକ ପଢନ୍ତୁ...

By

Published : Jun 29, 2020, 11:21 AM IST

ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିମାଡ, ଟିଏମସି ଉପରେ ଅଭିଯୋଗ ଆଣିଲା ଦଳ
ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିମାଡ, ଟିଏମସି ଉପରେ ଅଭିଯୋଗ ଆଣିଲା ଦଳ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଗୁଳିକାଣ୍ଡ । ବିଜେପି ନେତା ପବିତ୍ରା ଦାସଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଆକ୍ରମଣ ଟିଏମସି ପକ୍ଷରୁ କରାଯାଇଥିବା କୁହାଯାଉଥିବାବେଳେ, ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଛି।

ଶନିବାର ବିଜେପିର ଜିଲ୍ଲା ସଭାପତି ପବିତ୍ରା ଦାସଙ୍କୁ ଗୁଳିମାଡ ପରେ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହା ପରେ ବିଜେପି ଏହି ସମଗ୍ର ମାମଲାରେ ଟିଏମସି ଦ୍ବାରା କରାଯାଇଥିବା ଅଭିଯୋଗ ଆଣିଛି। ବିଜେପି ରାଷ୍ଟ୍ରୀୟ ସଚିବ ରାହୁଲ ସିହ୍ନା କହିଛନ୍ତି, 'ଏଠାରେ ପୋଲିସ, ଟିଏମସି ଗୁଣ୍ଡମାନଙ୍କ ସହ ହାତ ମିଳାଇଛି । ମୁଁ ଏକ ତଦନ୍ତ ଦାବି କରୁଛି' । ଟିଏମସି ଅଭିଯୁକ୍ତ ଏବଂ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ପବିତ୍ରା ଦାସ କହିଛନ୍ତି, 'ଖେଜୁରୀ ର ଟିଏମସି ବିଧାୟକ ଓ ଟିଏମସି ବ୍ଲକ ସଭାପତି ଅସୀମ ମୋଞ୍ଜଲଙ୍କ ସମେତ ଅନ୍ୟାନ୍ୟ ସଶସ୍ତ୍ର ଟିଏମସି ଗୁଣ୍ଡ ଆମ ଗାଁ ଉପରେ ଆକ୍ରମଣ କରି ଗ୍ରାମବାସୀଙ୍କୁ ନିର୍ଯାତନା ଦେଇଥିଲେ। ମୋତେ ଗୁଳି କରିଛନ୍ତି। ମୁଁ ସମସ୍ତ ବିଜେପି କର୍ମୀଙ୍କୁ ନିବେଦନ କରୁଛି, ଆକ୍ରୋଶ ଭାବ ଦେଖାଅ, ଆନ୍ଦୋଳନ କର, ଏବଂ ଆମର ଆନ୍ଦୋଳନ ଜାରି ରହିବ' । ଏହାର ପ୍ରତିବାଦରେ ବିଜେପି, ଦିଘା ନନ୍ଦକୁମାର 116 ବି ଜାତୀୟ ରାଜପଥକୁ ଅବରୋଧ କରିଥିଲା।

ଏହାପୂର୍ବରୁ ପଶ୍ଚିମବଙ୍ଗର ବୀରଭୂମରେ ଭାରତୀୟ ଜନତା ପାର୍ଟି କର୍ମୀମାନଙ୍କ ଉପରକୁ ବୋମା ଦ୍ୱାରା ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ବିଜେପି ନେତା ଅମିତ ଶାହାଙ୍କ ଭର୍ଚୁଆଲ ରାଲି ସମୟରେ ଏହି ବୋମା ମାଡ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details