କୋଲକାତା: ସବୁବେଳେ ନିଜ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ ଏବେ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକୁ ଟାର୍ଗେଟ । ଏନେଇ ସେ ପୁଣି ଦେଇଛନ୍ତି ଏକ ଏପରି ବୟାନ ଯାହା ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି । ବୁଧବାର ଧନ୍ୟଖଲି ଜିଲ୍ଲାରେ ଆୟୋଜିତ ଏକ ରାଲିରେ ସେ ବୟାନ ଦେଇ କହିଛନ୍ତି କି ରାଜ୍ୟରେ କୋରୋନା ସଂକ୍ରମଣରେ ପୂର୍ଣ୍ଣଚ୍ଛେଦ ପଡି ସାରିଛି । କେବଳ ସେତିକି ନୁହେଁ, ସେ ଏହା ବି କହିଛନ୍ତି କି ବର୍ତ୍ତମାନ କେବଳ ରାଜନୀତି କରିବା ପାଇଁ ଦିଦି ଏପରି ଲକଡାଉନ ଜାରି ରଖିଛନ୍ତି । ଯାହାର ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ନାହିଁ ।
‘ରାଜ୍ୟରେ ନାହିଁ କୋରୋନାର ଚିହ୍ନ, ରାଜନୀତି ପାଇଁ ଲକଡାଉନ ଜାରି ରଖିଛନ୍ତି ଦିଦି’ - ମମତାଙ୍କୁ ଦିଲିପଙ୍କ ଟାର୍ଗେଟଟ
ସବୁବେଳେ ନିଜ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ ଏବେ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକୁ ଟାର୍ଗେଟ । ଏନେଇ ସେ ପୁଣି ଦେଇଛନ୍ତି ଏକ ଏପରି ବୟାନ ଯାହା ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି ।
ଏହି ବୟାନକୁ ଅଧିକ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ବର୍ତ୍ତମାନ କୋରୋନା ସଂକ୍ରମଣ ପଶ୍ଚିମବଙ୍ଗରେ ଶେଷ ହୋଇଛି । କିନ୍ତୁ ଏହି ସମୟରେ ରାଜ୍ୟରେ ଯେପରି ବିଜେପି କୌଣସି ସଭା ସମିତି କିମ୍ବା ରାଲିର ଆୟୋଜନ ନ କରିବ, ସେଥିପାଇଁ ଖାସ କରି ଲକଡାଉନ ପରିସ୍ଥିତିକୁ ଜାରି ରଖିଛନ୍ତି ଦିଦି । ରାଜ୍ୟରେ ବିଜେପି ପ୍ରତି ଜନତାଙ୍କ ସମର୍ଥନ ଦେଖି ଦିଦି ଅଣନିଶ୍ବାସ ଅନୁଭବ କରୁଛନ୍ତି ।
ଜନତାଙ୍କୁ ରାଲିରେ ସମ୍ବୋଧନ କରି ସେ ଏହା ବି କହିଛନ୍ତି କି ବିଜେପି ଯେଉଁଠି ବି ଯାଏ, ସେଠାରେ ରାଲିରେ ପରିଣତ ହୋଇଯାଏ । ଚାହୁଁ ତାହୁଁ ଜନସମୂଦ୍ର ସୃଷ୍ଟି ହୋଇଯାଏ । ଯାହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହି ପାରୁନାହାନ୍ତି । ତେଣୁ ବିନା କାରଣରେ ଲକଡାଉନ ଜାରି ରଖିଛନ୍ତି ।