ଓଡିଶା

odisha

ETV Bharat / bharat

ଭେଣ୍ଡି ଖାଆନ୍ତୁ, ମୋଟାପଣ ଓ ବଦହଜମିରୁ ମୁକ୍ତି ପାଆନ୍ତୁ

ଭେଣ୍ଡି ଖାଇବା ଦ୍ବାରା ଦୂର ହୋଇଥାଏ ଅନେକ ସମସ୍ଯା । ଏହା ଶରୀର ପାଇଁ ଏକ ବରଦାନ ସଦୃଶ ।

By

Published : Jun 25, 2019, 11:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସାଧାରଣତଃ ଭେଣ୍ଡି ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଆଉ ଏହାକୁ ପ୍ରସ୍ତୁତ କରିବାରେ ଅଧିକ ସମୟ ମଧ୍ୟ ଲାଗିନଥାଏ । ଯଦି କେବଳ ଭାତ ଡାଲି ରୋଷେଇ ହୋଇଥାଏ ଆଉ ଏହା ସାଙ୍ଗରେ ଯଦି ଭେଣ୍ଡି ମସଲା ଟିକେ ହୋଇଯାଏ ତେବେ ଖାଇବାର ମଜା ହିଁ କିଛି ଅଲଗା ହୋଇଯାଏ । ତେବେ ଭେଣ୍ଡି ପାଟିକୁ ଯେମିତି ରୁଚିକର ହୋଇଥାଏ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବେଶ ଲାଭଦାୟକ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଫାଇଦା । ଏଥିରେ ଭିଟାମିନ, ମିନେରାଲ ସହିତ ଅନେକ ଗୁଡିଏ ପୋଷକ ତତ୍ତ୍ବ ପର୍ଯ୍ୟାପ୍ତ ପରିମାଣରେ ଭରପୁର ରହିଛି । ତେଣୁ ଏହାକୁ ସେବନ କରିବା ଦ୍ବାରା ପେଟ ଭଲ ଭାବେ ସଫା ହୋଇଥାଏ । ଏହାସହ ମୋଟାପଣ ମଧ୍ୟ ଦୂର ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ଶରୀରର ମେଟୋବୋଲିଜିମ ନିୟନ୍ତ୍ରଣରେ ରହିଥାଏ । ଯାହାଦ୍ବାରା ପାଚନ କ୍ରିୟା ଭଲ ଭାବେ କାମ କରିଥାଏ ।

ଖାଲି ସେତିକି ନୁହେଁ ଭେଣ୍ଡିକୁ ସିଝାଇ ଏହାର ପାଣି ପିଇବା ଦ୍ବାରା ମୋଟାପଣ ମଧ୍ୟ ଅତି ଶୀଘ୍ର ହ୍ରାସ ଘଟିଥାଏ । ଭେଣ୍ଡିରେ ଫାଇବର ମାତ୍ରା ଭରପୁର ଥିବାରୁ ପେଟ ରୋଗ ଦୂର ହୋଇଥାଏ । ଏହାସହ ଗ୍ୟାସ, ବଦହଜମି ଓ ପେଟଫୁଲା ଦେଖାଦେଇନଥାଏ । ଏଥିରେ ନିମ୍ନ ଗ୍ଲାଇସେମିକ ଇନଡେକ୍ସ ରହିଥାଏ ଯାହାଦ୍ବାରା ଶରୀରରେ ସୁଗରର ସ୍ତର ନିୟନ୍ତ୍ରଣ ହୋଇଥାଏ ।

ଭେଣ୍ଡିରେ ଭିଟାମିନ ଏର ମାତ୍ରା ଭରପୁର ରହିଛି । ଏହାକୁ ସେବନ କରିବା ଦ୍ବାରା ଆଖିକୁ ଭଲ ଦେଖାଦେଇଥାଏ । ଏଥିରୁ ଲ୍ୟୁଟିନ, ଭିଟା-କୈରୋଟିନ, ଏଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଯାହା ତ୍ବଚାରେ ଚମକ ଆଣିଥାଏ । ତେଣୁ ଆପଣ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ଭେଣ୍ଡିକୁ ସେବନ କରନ୍ତୁ ।

For All Latest Updates

ABOUT THE AUTHOR

...view details