ଓଡିଶା

odisha

ETV Bharat / bharat

ଦିନରେ ଶୋଇବା କମାଇପାରେ ହାର୍ଟ ଆଟାକ୍‌ ସମ୍ଭାବନା

ପୂର୍ବରୁ ହାର୍ଟ ଆଟାକ ଓ ଶୋଇବା ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ଦିନରେ ଶୋଇବାକୁ ହାନିକାରକ ବୋଲି ଦର୍ଶାଯାଇଛି । ହେଲେ ଡାକ୍ତରୀ ଟିମ୍‌ର କହିବା ମୁତାବକ ସପ୍ତାହରେ ବେଶି ନୁହେଁ କିନ୍ତୁ ମାତ୍ର ଥରେ କିମ୍ବା ଦୁଇ ଥର ଦିନକୁ ଶୋଇବା ଉଚିତ୍‌ ।

By

Published : Sep 16, 2019, 4:32 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଲୋକଙ୍କୁ ଗ୍ରାସ କରିବାରେ ଲାଗିଛି ନୂଆ ନୂଆ ରୋଗ । ସେ ପୁଣି ମାରାତ୍ମକ ରୋଗ । ଯେଉଁଥିରୁ ବଞ୍ଚିବା ବେଳେବେଳେ କଷ୍ଟସାଧ୍ୟ ହୋଇପଡେ । ଫଳରେ ଅକାଳରେ ମୃତ୍ୟୁମୁଖରେ ପଡେ ମଣିଷ । ତେବେ ଏହି ରୋଗମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ନାମ ହେଉଛି ହାର୍ଟ ଆଟାକ୍‌ । ସମୟ ସହ ବଦଳୁଥିବା ଲାଇଫଷ୍ଟାଇଲ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ ।

ପୂର୍ବରୁ ହାର୍ଟ ଆଟାକ ଓ ଶୋଇବା ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ଦିନରେ ଶୋଇବାକୁ ହାନିକାରକ ବୋଲି ଦର୍ଶାଯାଇଛି । ଏଥିସହ ଅଧିକ ସମୟ ଶୋଇବାକୁ ମଧ୍ୟ ଶରୀର ପ୍ରତି ହାନିକାରକ ବୋଲି ଦର୍ଶାଯାଇଛି । କିନ୍ତୁ ଏହି ଅଧ୍ୟୟନରେ ଦିନରେ କିମ୍ବା ରାତିରେ ଶୋଇବାର ପରିମାଣକୁ ନେଇ କରାଯାଇନାହିଁ କୌଣସି ପରୀକ୍ଷା ।

ଯାହାକୁ ନିଜ ଅଧ୍ୟୟନର ମୁଖ୍ୟ ପ୍ରସଙ୍ଗ କରି ଏକ ଡାକ୍ତରୀ ଟିମ୍‌ ପ୍ରାୟ 3462 ଜଣଙ୍କୁ ନେଇ ପରୀକ୍ଷା କରିଥିଲା । ଏଥିରେ ପ୍ରଥମେ ସମସ୍ତ ଅଂଶୀଦାରମାନଙ୍କର ପରୀକ୍ଷାର ଗୋଟିଏ ସପ୍ତାହ ପୂର୍ବର ଶୋଇବା ସାରଣୀକୁ ସଂଗ୍ରହ କରାଯାଇଥିଲା । ଏହାପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା । ପରେ ଏହି ଅଂଶୀଦାରମାନଙ୍କୁ ଦୀର୍ଘ 5 ବର୍ଷ ପର୍ଯ୍ୟନ୍ତ ମନିଟର କରାଯାଇଥିଲା ।

ଯାହାର ରେଜଲ୍ଟ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏହାର ରେଜଲ୍ଟରୁ ଜଣା ପଡିଥିଲା କି ଅଂଶୀଦାରମାନଙ୍କ ମଧ୍ୟରୁ ପ୍ରାୟ 48 ପ୍ରତିଶତ ଲୋକେ ଯେଉଁମାନେ ସପ୍ତାହରେ ମାତ୍ର ଥରେ କିମ୍ବା ଦୁଇ ଥର ଦିନକୁ ଶୋଇଥାଆନ୍ତି, ସେମାନଙ୍କ ପାଖରେ ହାର୍ଟ ଆଟାକ୍‌ ବା କାର୍ଡିଓଭାସ୍କୁଲାର ଡିଜିଜ୍‌ର ସମ୍ଭାବନା କମ୍‌ ଦେଖାଯାଇଥିଲା । ଅନ୍ୟପଟେ ସପ୍ତାହକୁ 6ରୁ 7 ଥର ଦିନରେ ଶୋଉଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟରେ ସମୟ ସମୟରେ ପରିବର୍ତ୍ତନ ଅନୁମାନ କରାଯାଇଥିଲା ।

ତେବେ ଏହି ପରୀକ୍ଷା ସମୟରେ ଅଂଶୀଦାରମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କାର୍ଡିଓଭାସ୍କୁଲାର ଡିଜିଜ୍‌ ଯଥା ଉଚ୍ଚ ରକ୍ତଚାପ କିମ୍ବା କୋଲେଷ୍ଟ୍ରୋଲ ଆକ୍ଟିଭିଟି ଆଦି ରହିଛି କି ନାହିଁ ଦେଖାଯାଇଥିଲା । ଆଶ୍ଚର୍ଯ୍ୟର କଥା କି ସପ୍ତାହରେ ମାତ୍ର ଥରେ କିମ୍ବା ଦୁଇ ଥର ଦିନରେ ଶୋଉଥିବା ବ୍ୟକ୍ତିମାନଙ୍କ ପାଖରେ ଏହି ସମସ୍ତ ରୋଗର ଲକ୍ଷଣ ଖୁବ କମ୍‌ ଦେଖିବାକୁ ମିଳିଥିଲା ।

ତେଣୁ ଡାକ୍ତରୀ ଟିମ୍‌ର କହିବା ମୁତାବକ ସପ୍ତାହରେ ବେଶି ନୁହେଁ କିନ୍ତୁ ମାତ୍ର ଥରେ କିମ୍ବା ଦୁଇ ଥର ଦିନକୁ ଶୋଇବା ଉଚିତ୍‌ । ଏହା ଶରୀରକୁ ଆରାମ ପ୍ରଦାନ କରିବା ସହ ମାରାତ୍ମକ କାର୍ଡିଓଭାସ୍କୁଲାର ଡିଜିଜ୍‌ରୁ ମଧ୍ୟ ମୁକ୍ତି ଦେବାରେ ସହାୟକ ସାବ୍ୟସ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details