ଓଡିଶା

odisha

ETV Bharat / bharat

'କୋରୋନା ମୁକାବିଲା ପାଇଁ ଭାରତ ବିଶ୍ବକୁ ଔଷଧ ପଠାଉଛି, ପାକ କାଶ୍ମୀରକୁ ଆତଙ୍କୀ ପଠାଉଛି' - କାଶ୍ମୀର

ପାକିସ୍ତାନ କାଶ୍ମୀରକୁ ଆତଙ୍କବାଦୀ ପଠାଇ ସୀମାବର୍ତ୍ତୀ ଇଲାକାରେ ଆଶାନ୍ତି ସୃଷ୍ଟି କରିବା ପାଇଁ ପ୍ରସାୟ ଜାରି ରଖିଛି । ଏନେଇ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ପାକିସ୍ତାନକୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 17, 2020, 5:39 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ କୋରୋନା ଭାଇରସ ସଙ୍କଟରେ ତ୍ରାହି ତ୍ରାହି ଡାକୁଛି । ଏପରିସ୍ଥଳେ ପାକିସ୍ତାନ ନିଜ ହୀନ କୁଟ ଚକ୍ରାନ୍ତ ଜାରି ରଖିଛି । ବାରମ୍ବାର ପାକିସ୍ତାନ କାଶ୍ମୀରକୁ ଆତଙ୍କବାଦୀ ପଠାଇ ସୀମାବର୍ତ୍ତୀ ଇଲାକାରେ ଆଶାନ୍ତି ସୃଷ୍ଟି କରିବା ପାଇଁ ପ୍ରସାୟ ଜାରି ରଖିଛି । ଏନେଇ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ପାକିସ୍ତାନକୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି ।

ସେନାମୁଖ୍ୟ ନରବଣେ କହିଛନ୍ତି ଯେ, ଭାରତ କେବେଳ ନିଜ ନାଗରିକଙ୍କୁ ନୁହେଁ ବରଂ ବିଶ୍ବର ଅନ୍ୟ ଦେଶକୁ ଡାକ୍ତରୀ ଦଳ ଏବଂ ଔଷଧ ପଠାଇବାରେ ବ୍ୟସ୍ତ ଥିବାବେଳେ ପାକିସ୍ତାନ କେବଳ ଆତଙ୍କ ରପ୍ତାନି କରୁଛି । ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସମୟରେ ପାକିସ୍ତାନ ତଥା ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ହେତୁ ଅବସ୍ଥା ଖରାପ ହେବାରେ ଲାଗିଛି । ଏହା ସତ୍ତ୍ବେ ପାକିସ୍ତାନ ନିମ୍ନମାନର କାର୍ଯ୍ୟ ଜାରି ରଖିଛି । ବାରମ୍ବାର ଘାଟିରେ ପାକ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ, ପାକସେନା ଆଢୁଆଳରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରୁଛନ୍ତି । ଗତକିଛି ଦିନ ଭିତରେ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।

ବର୍ତ୍ତମାନ ପାକିସ୍ତାନ ମଧ୍ୟ ଭାରତରୁ ମ୍ୟାଲେରିଆ ପାଇଁ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଔଷଧ ମାଗିଛି।

ABOUT THE AUTHOR

...view details