ଓଡିଶା

odisha

ETV Bharat / bharat

AIIMSର ଦାୟିତ୍ବହୀନତା, ପାଣି ଭିତରେ କେମେଥେରାପି ନେଉଛନ୍ତି ରୋଗୀ - delhi aiims

ପୁଣି ସାମନାକୁ ଆସିଛି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ଦିଲ୍ଲୀ AIIMSରେ କେମୋ ନେବାକୁ ଯାଉଥିବା ରୋଗୀଙ୍କ ଉପରେ ପଡୁଛି ଛାତରୁ ଗଳୁଥିବା ପାଣି ।

ଫାଇଲ ଫଟୋ

By

Published : Jul 27, 2019, 7:36 PM IST

Updated : Jul 29, 2019, 12:01 PM IST

ନୂଆଦିଲ୍ଲୀ: ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅନେକ ସମ୍‌ରେ ଦେଖିବାକୁ ମିଳୁଛି ଅନେକ ପ୍ରକାର ଅବ୍ୟବସ୍ଥା । କେମୋଥେରାପି ନେବାକୁ ଯାଉଥିବା ରୋଗୀଙ୍କ ଉପରେ ପଡୁଛି ଛାତରୁ ଗଳୁଥିବା ପାଣି । ଏ ଘଟଣା କୌଣସି ଛୋଟମୋଟ ଡାକ୍ତରଖାନାରେ ଦେଖିବାକୁ ମିଳିନାହିଁ, ବରଂ ଅତ୍ୟାଧୁନିକ ଡାକ୍ତରଖାନା କୁହାଯାଉଥିବା ଦିଲ୍ଲୀସ୍ଥିତ ଭାରତୀୟ ଆର୍ୟୁର୍ବିଜ୍ଞାନ ସଂସ୍ଥାନରେ ( ଏମ୍ସ୍) ।

ଦିଲ୍ଲୀ ସ୍ଥିତ ଏମ୍ସ୍ର ପ୍ରିନସେସ୍‌ ଓପିଡିର ଗ୍ରାଉଣ୍ଡ ଫ୍ଲୋର ସ୍ଥିତ କେମୋ କକ୍ଷର ଘଟଣା । ଶୁକ୍ରବାର ରୋଗୀଙ୍କୁ କେମୋ ଦେବାକୁ ନେବା ସମୟରେ ତାଙ୍କ ଉପରେ ଛାତରୁ ପାଣିପଡିବାକୁ ଲାଗିଥିଲା । ସେହି ସମୟରେ ପାଖାପାଖି 6 ଜଣ ରୋଗୀ ଉପସ୍ଥିତ ଥିଲେ । କିଛି କହିବା ପୂର୍ବରୁ ପାଣି ଧାର ବଢିବାକୁ ଲାଗିଥିଲା । ଏହାପରେ ରୋଗୀ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ ।

ଛାତରୁ ପଡୁଥିବା ପାଣି ଇଲେକ୍ଟ୍ରି ବଲ୍‌ବ ଲାଗିଥିବା ବକ୍ସ ଦେଇ ବୋହୁଥିଲା । ଆଉ ଏହାକୁ ଦେଖି ସେଠାରେ ଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିଲା । ଆଉ ଏହାପରେ ଜଣାପଡିଥିଲା ଯେ ନିକଟରେ ହିଁ ଏସି ସଫା କରାଯାଉଥିଲା। ଯେଉଁଠୁ ଜୋର୍‌ରେ ପାଣି ରୋଗୀଙ୍କ ଉପରେ ପଡୁଥିଲା । ସୂଚନା ମିଳିବା ମାତ୍ରକେ ବିଦ୍ୟୁତ କର୍ମଚାରୀ ସେଠାରେ ପହଞ୍ଚି ବିଦ୍ୟୁତ ସରବରାହକୁ ବନ୍ଦ କରିଦେଇଥିଲେ ।

ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଘଟଣା । ଆଉ ଏହାକୁ ସେଠାରେ ଉପସ୍ଥିତ ଥିବା ଲୋକେ ନିଜ ଫୋନ୍‌ରେ ଏହାକୁ ରେକର୍ଡିଂ କରିଦେଇଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

Last Updated : Jul 29, 2019, 12:01 PM IST

ABOUT THE AUTHOR

...view details