ଜୟପୁର : ତତଲା କଡେଇରେ ସିଝୁଛି ସାରା ଦେଶ। ଘରୁ ବାହାରକୁ ବାହାରିବା ଅସମ୍ଭବ। ପ୍ରଚଣ୍ଡ ତାପ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତବ୍ୟସ୍ତ। ଏହି ସମୟରେ ଖୋଲା ଆକାଶରେ ବୁଲୁଥିବା ପକ୍ଷୀଙ୍କ ସୁବିଧା କଥା ଚିନ୍ତା କରିଛନ୍ତି ରାଜସ୍ଥାନର ସୁରଜ ସୋନି। ସେ ପକ୍ଷୀଙ୍କ ପାଇଁ ତିଆରି କରିଛନ୍ତି ପ୍ରାୟ 800 ବସା।
ପକ୍ଷୀଙ୍କ ପାଇଁ ୱାଟର ପ୍ରୁଫ ବସା - nest
ଖୋଲା ଆକାଶରେ ବୁଲୁଥିବା ପକ୍ଷୀଙ୍କ ପାଇଁ ୱାଟର ପ୍ରୁଫ ବସା। ରାଜସ୍ଥାନର ସୁରଜ ସୋନି ସେ ପକ୍ଷୀଙ୍କ ପାଇଁ ତିଆରି କରିଛନ୍ତି ପ୍ରାୟ 800 ବସା। ଏକାସହ ଏହି ବସାରେ 2 ହଜାର ପକ୍ଷୀ ଆସି ରହି ପାରିବେ।
ଫଟୋ ସୌଜନ୍ୟ : ଏଏନଆଇ
କେବଳ ବସା ନୁହେଁ, ସେମାନଙ୍କ ପାଇଁ ବସାରେ ରହିଛି ପାଣି। ଚଢେଇମାନେ ଖରାରୁ ବର୍ତ୍ତିବା ପାଇଁ ଆସି ବସାରେ ଆରମ କରିବା ସହ ପାଣି ମଧ୍ୟ ପିଇପାରିବେ। ଏକାସହ 2 ହଜାର ପକ୍ଷୀ ଆସି ବସାରେ ବାସ କରିପାରିବେ। ସବୁଠୁ ବଡ କଥା ହେଉଛି, ଏହି ବସା ୱାଟର ପ୍ରୁଫ। ବର୍ଷା ହେଲେ ମଧ୍ୟ ବସା ନଷ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ। କିମ୍ବା କେହି ପାଣି ପକାଇଲେ ମଧ୍ୟ ଏହି ବସା ପକ୍ଷୀଙ୍କୁ ସେମିତି ସୁବିଧା ଯୋଗାଇ ଆସିବ ବୋଲି କହନ୍ତି ସୁରଜ।