ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ ଜଳ ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ମାଗିଛନ୍ତି ।
ଜଳ ସଙ୍କଟ ପାଇଁ ମୋଦିଙ୍କ ସାହାଯ୍ୟ ଲୋଡିଲେ ଅମରିନ୍ଦର - modi
ପଞ୍ଜାବ ଗଭୀର ଜଳସଙ୍କଟ ଦେଇ ଗତି କରୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ମାଗିଛନ୍ତି । ନଦୀ ଜଳ ନ୍ୟାୟାଧିକରଣ ସ୍ଥାପନ କରିବା ପାଇଁ ଅମରିନ୍ଦର ମୋଦିଙ୍କୁ ଅନୁରୋଧ କରିଛନ୍ତି ।
ଫାଇଲ ଫଟୋ
ପଞ୍ଜାବ ଗଭୀର ଜଳସଙ୍କଟ ଦେଇ ଗତି କରୁଥିବା ବେଳେ ପାଣିକୁ ନେଇ ବିଭିନ୍ନ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି ବୋଲି ଅମରିନ୍ଦର କହିଛନ୍ତି । ଭାରତ ସରକାର ନଦୀ ଜଳ ନ୍ୟାୟାଧିକରଣ ସ୍ଥାପନ କରିବା ପାଇଁ ଅମରିନ୍ଦର ମୋଦିଙ୍କୁ ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ ନୀତି ଆୟୋଗ ବୈଠକରେ ଅମରିନ୍ଦର ଚିଠି ଲେଖି ନିଜ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟ ମୁଖ୍ୟ ସଚିବ ଅବତାର ସିଂହ ବୈଠକର ପ୍ରତିନିଧିତ୍ବ କରିଥିଲେ । ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ଜଳ ଆବଣ୍ଟନରେ ଥିବା ବିବାଦକୁ ସମଧାନ କରି ନ୍ୟାୟଧିକରଣର ସ୍ଥାପନା ହେବା ଦରକାର ବୋଲି ଅମରିନ୍ଦର କହିଥିଲେ ।